ରାୟଗଡ଼: ଗତ ବିଳମ୍ବିତ ରାତିରେ ପାରଳାଖେମୁଣ୍ଡି ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବେଆଇନ ଭାବେ ଚାଲାଣ ହେଉଥିବା ପ୍ରାୟ ୭ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ କରାଯାଇଛି। ଏଥିରେ ସଂପୃକ୍ତ ଡ୍ରାଇଭର କୃଷ୍ଣଚନ୍ଦ୍ର ମହାଙ୍କୁଡ଼ଙ୍କୁ ଗିରଫ କରା ଯାଇଥିବା ବେଳେ ଚୋରା ଚାଲାଣ ହେଉଥିବା ମାକ୍ସ କିୱି(ଓଆର୦୯ଏଲ-୬୭୨୩)ଗାଡ଼ିଟିକୁ ଜବତ କରାଯାଇଛି। କୃଷ୍ଣଚନ୍ଦ୍ର ଅବକାରୀ ପୁଲିସ ଆଗରେ ଦେଇଥିବା ବୟାନ ଅନୁସାରେ ପାରଳାଖେମୁଣ୍ଡି ରାଜଦାଣ୍ଡ ନିକଟ ଏକ ମଦ ଦୋକାନରୁ ରାୟଗଡ଼ ବ୍ଲକକୁ ଏହି ମଦ ନିଆ ଯାଉଥିଲା। ଏହା ରାୟଗଡ଼ ବାସିନ୍ଦା ବାବୁନି ପାଣିଗ୍ରାହୀଙ୍କର ବୋଲି ସେ ପ୍ରକାଶ କରିଥିବା ଅବକାରୀ ବିଭାଗ କହିଛି। ଜବତ ସାମଗ୍ରୀ ମଧ୍ୟରେ ବିୟର ୪୬୫.୬ ଲିଟର ଓ ହ୍ବିସ୍କି ୧୭୨.୮ ଲିଟର ଥିବା ଜଣାପଡ଼ିଛି। ଏ ନେଇ ସବିଶେଷ ତଦନ୍ତ କରାଯିବ ବୋଲି ଅବକାରୀ ଅଧିକାରୀ ବାଳକୃଷ୍ଣ ପରିଡ଼ା ସୂଚନା ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us