ବନ ବିଭାଗର ଚଢ଼ାଉ; ୭୯ ଘନଫୁଟ କାଠ ଜବତ

Advertisment
ବନ ବିଭାଗର ଚଢ଼ାଉ; ୭୯ ଘନଫୁଟ କାଠ ଜବତ

ବନ୍ତଳା: ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ନୁଖୁରିପଦା ଗ୍ରାମରେ ଆଜି ବନ ବିଭାଗ ପକ୍ଷରୁ ଚଢ଼ାଉ କରି ସାଗୁଆନ,ଶାଳ ଓ ଜାମୁ ଗଣ୍ଡି ସହିତ ପଟା ଜବତ କରାଯାଇଛି। ଏହି ଘଟଣାରେ କାହାକୁ ଗିରଫ କରିବାରେ ବନ ବିଭାଗ ସକ୍ଷମ ହୋଇନାହିଁ।
ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ତଳା ବନାଞ୍ଚଳ ନୁଖୁରିପଦା ଗ୍ରାମର ଏକ କୁକୁଡ଼ା ଫାର୍ମ ନିକଟରେ ବେଆଇନ ଭାବେ ବିପୁଳ ପରିମାଣରେ ଚୋରା କାଠ ରଖାଯାଇଥିବା ବନ ବିଭାଗକୁ ଖବର ମିଳିଥିଲା। ବନ କର୍ମଚାରୀମାନେ ଆଜି ସେଠାରେ ଚଢ଼ାଉ କରି ୭୯ ଘନଫୁଟର ସାଗୁଆନ, ଶାଳ ଓ ଜାମୁ ଗଣ୍ଡି ସହିତ ପଟା ଜବତ କରିଛନ୍ତି। ତେବେ ଏହି ଚଢ଼ାଉ ବେଳେ କାଠ ଜବତ ହୋଇଥିଲେ ମଧ୍ୟ କାହାରିକୁ ଗିରଫ କରାଯାଇନାହିଁ। ଚଢ଼ାଉ ବେଳେ ଫରେଷ୍ଟର ସୁମିତ୍ରା ବିଶ୍ୱାଳ, ଫରେଷ୍ଟ ଗାର୍ଡ ଗୀତା ମାଝୀ, ବଶିଷ୍ଠ ଦେହୁରୀଙ୍କ ସହିତ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe