ଜଳୁଛି ଜଙ୍ଗଲ, ନିରବଦ୍ରଷ୍ଟା ବନ ବିଭାଗ

Advertisment
ଜଳୁଛି ଜଙ୍ଗଲ, ନିରବଦ୍ରଷ୍ଟା ବନ ବିଭାଗ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନାଞ୍ଚଳ ଅଧୀନସ୍ଥ କିରିକିଟା ନିକଟରେ ଥିବା ଝାଙ୍କରୀ ଜଙ୍ଗଲରେ ଲାଗିଛି ନିଆଁ। ରବିବାର ସକାଳୁ ଜଙ୍ଗଲ ଜଳୁଥିବା ଦେଖିବାକୁ ମିଳିଛି। ତେବେ ବନ ବିଭାଗ ବା ବନ ସୁରକ୍ଷା ସମିତି କେହି ଏଥିପ୍ରତି ଦୃଷ୍ଟି ଦେଇନଥିବା ଅଭିଯୋଗ ହୋଇଛି। ଜଙ୍ଗଲରେ ନିଆଁ ଲାଗିଥିବାରୁ ମୂଲ୍ୟବାନ ଗଛ ଏବଂ ବନ୍ୟଜନ୍ତୁ ପ୍ରତି ବିପଦ ଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ତୁରନ୍ତ ବନ ବିଭାଗ ଦୃଷ୍ଟି ଦେଇ ନିଆଁ ଲିଭାଇବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe