ବଣ୍ଡାଙ୍କୁ ଜଂଗଲ ଜମି ପଟ୍ଟା ଏବଂ ସ୍ବଚ୍ଛତା କିଟ୍ ପ୍ରଦାନ

Advertisment
ବଣ୍ଡାଙ୍କୁ ଜଂଗଲ ଜମି ପଟ୍ଟା ଏବଂ ସ୍ବଚ୍ଛତା କିଟ୍ ପ୍ରଦାନ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ବଣ୍ଡାଘାଟିରେ ଆଜି ଖଇରପୁଟ ତହସିଲ ପକ୍ଷରୁ ଏବଂ ଜିଲ୍ଲା ରେଡକ୍ରସ ପକ୍ଷରୁ ଜଂଗଲ ଜମି ପଟ୍ଟା ଏବଂ ସ୍ବଚ୍ଛତା କିଟ ବଣ୍ଡା ସଂପ୍ରଦାୟର ଲୋକଙ୍କୁ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଶାଲ ସିଂ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସାଂସଦ ରମେଶ ମାଝି ଯୋଗ ଦେଇଥିଲେ।ସମ୍ମାନୀତ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ସ୍ବତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡକାମୀ ପୂର୍ବତନ ବିଧାୟକ ଡମ୍ବରୁ ଶିଶା,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ୍ମିନୀ ମୁଦୁଲି,ବ୍ଲକ ଅଧ୍ୟକ୍ଷା କୁମୁଦିନି କିରସାନି,ବିଡିଓ ହୃଦାନନ୍ଦ ସାହୁ,ତହସିଲଦାର ରାମକୃଷ୍ଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ବଣ୍ଡାଘାଟିର ମୁଦୁଲିପ଼ଡା ଠାରେ ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅଂଚଳର ଶତାଧିକ ବଣ୍ଡା ମହିଳା ପୁରୁଷ ଯୋଗ ଦେଇଥିଲେ।ଏହି ଅଂଚଳର ଜଂଗଲ ଜମି ଚାଷ କରୁଥିବା ୨୦୧ ଜଣ ବଣ୍ଡାଙ୍କୁ ଜଂଗଲ ଜମିର ପଟ୍ଟା ବଣ୍ଡନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ତହସିଲଦାର ରାମ କୃଷ୍ଣ ନାୟକ ପରିଚାଳନା କରିଥିଲେ।ଏହାପରେ ଜିଲ୍ଲା ରେଡକ୍ରସ ତରଫରୁ ବଣ୍ଡା ମହିଳା ଏବଂ ପୁରୁଷମାନଙ୍କୁ ସ୍ବଚ୍ଛତା କିଟ ପ୍ରଦାନ କରାଯାଇଥିଲା। ଏହି କିଟରେ ମାସ୍କ,ସାବୁନ, ହାଇଜିନ କିଟ ରହିଥିଲା।ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ବଣ୍ଡାମାନଙ୍କୁ ଏହା ପ୍ରଦାନ କରାଯାଇଥିଲା।

ଏହି ବୈଠକରେ ତୃତୀୟ ଲହର ସଂପର୍କରେ ବଣ୍ଡା ଲୋକଙ୍କୁ ସଚେତନ କରାଯାଇଥିଲା।ମୁହଁରେ ସବୁବେଳେ ମାସ୍କ ପରିଧାନ କରିବା ପାଇଁ ବୁଝାଯାଇଥିଲା।ସବୁବେଳେ ସାବୁନରେ ହାତ ଧୋଇବା,ଦୁରତାକୁ ରକ୍ଷା କରିବା ସଂପର୍କରେ ମଧ୍ୟ ବୁଝାଯାଇଥିଲା।ଆଗକୁ ତୃତୀୟ ଲହର ଆସୁଥିବା ବୋଲି କୁହାଯାଇଥିଲା।ତେଣୁ ନିଜେ ସଚେତନ ହେଲେ ପରିବାର ଲୋକେ ମଧ୍ୟ ସଚେତନ ହେବେ ବୋଲି କୁହାଯାଇଥିଲା।ସମସ୍ତେ ଯେପରି ସରକାରଙ୍କ ଦ୍ବାରା ଦିଆଯାଉଥିବା ଟୀକାକୁ ନେବେ ସେଥିପ୍ରତି ଧ୍ୟାନ ଦେବେ ବୋଲି କୁହାଯାଇଥିଲା।ଟୀକା ହିଁ ଏହି କରୋନା ରୋଗରୁ ଆମକୁ ବଂଚାଇବ ବୋଲି କୁହାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ରେଡକ୍ରସର ଆବାହକ ସଂପାଦକ ଡ.ରଂଜନ କୁମାର ସ୍ବାଇଁ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ,ସାଂସଦ ପ୍ରତିନିଧି ଜଗନ୍ନାଥ ମାଝି,ବିଧାୟକ ପ୍ରତିନିଧି ମୋହନ ରାଜୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଘ୍ନ କିରସାନୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ରେଡକ୍ରସର ଅଭୟ କୁମାର ପାତ୍ର ଏବଂ ଡ.ଆଶିଷ କୁମାର ରାଠୋର ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe