ବନ୍ଧୁପରିଜନଙ୍କୁ ଭୋଜିରେ ଆପ୍ୟାୟିତ ପାଇଁ କରିଥିଲେ ବାର୍‌ହା ଶିକାର 

ବନ ବିଭାଗ ଦ୍ଵାରା ୮୦ କେଜି ମାଂସ ଜବତ, ଅଭିଯୁକ୍ତ ଅଟକ

ବନ୍ଧୁପରିଜନଙ୍କୁ ଭୋଜିରେ ଆପ୍ୟାୟିତ ପାଇଁ କରିଥିଲେ ବାର୍‌ହା ଶିକାର 

ଥୁଆମୂଳ ରାମପୁର: ବନ୍ଧୁମାନଙ୍କୁ ଭୋଜିରେ ଅପ୍ୟାୟିତ କରିବାର ଥିଲା। ଏଥିପାଇଁ ବାର୍‌ହା ଶିକାର ମଧ୍ୟ କରିଥିଲେ। ଏହାପରେ ଭୋଜିଭାତ ହେବ ବୋଲି ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ଠିକ୍‌ ଏତିକି ବେଳକୁ ବନବିଭାଗ ସୂଚନା ପାଇ ବାର୍‌ହା ମାଂସ ଜବତ କରିଥିଲା। ଖବରଟି ଜଣାପଡ଼ିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଦକ୍ଷିଣ ବନଖଣ୍ଡ ଅଞ୍ଚଳ ଗୋପାଳପୁର ପଞ୍ଚାୟତ ବେନ୍ଦାଝୋଲା ଗ୍ରାମର ପାଇକରାଏ ନାଏକ ତାଙ୍କ ବନ୍ଧୁ ପରିଜନଙ୍କୁ ଭୋଜିରେ ଆପ୍ୟାୟିତ କରିବା ପାଇଁ ବାର୍‌ହ ଶିକାର କରିଥିଲେ। ପରେ ଥୁଆମୂଳ ରାମପୁର ରେଞ୍ଜର ପ୍ରଶାନ୍ତ ପାଲଙ୍କ ନେତୃତ୍ୱରେ ଏକ ଦଳ ଗଠନ କରାଯାଇ ଚଢ଼ଉ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା।

ବାର୍‌ହ ମାଂସକୁ ରୋଷେଇ କରିବା ପୂର୍ବରୁ ବୁଧବାର ବନ ବିଭାଗ ବେନ୍ଦାଝୋଲା ଗ୍ରାମରେ ପହଞ୍ଚି ଅଭିଯୁକ୍ତଙ୍କ ବାଡ଼ିପଟେ ଚଢ଼ଉ କରିଥିଲା। ପରେ ମାଂସକୁ ମଧ୍ୟ ଜବତ କରି ପାଇକରାଏ ନାଏକଙ୍କୁ ଅଟକ ରଖିଛି। ଜବତ ମାଂସ ୮୦ କେଜି ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe