ବାଇକ୍‌କୁ ଧକ୍କା ଦେଲା ବୋଲେରୋ, ଫରେଷ୍ଟର ମୃତ

ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ସମ୍ବଲପୁର/ପଡ଼ିଆବାହାଲ: ସମ୍ବଲପୁର ସଦର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବାରିବନ୍ଧ ରାଇସ୍‌ ମିଲ୍‌ ନିକଟରେ ଶନିବାର ଦିନ ସାଢ଼େ ୧୧ଟା ବେଳେ ଏକ ବାଇକ୍‌କୁ ବଲେରୋ ଧକ୍କା ଦେବା ଫଳରେ ବାଇକ୍‌ ଚାଳକ ଫରେଷ୍ଟର ସୁବୋଧ ମାଝୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ପାପ୍ତ ସୂଚନାନୁସାରେ ରାସ୍ତା ସଂପ୍ରସାରଣ କାର୍ଯ୍ୟରେ ଲାଗିଥିବା ବଲେରୋଟି ସୁବୋଧଙ୍କ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା। ସୁବୋଧ ଗୁରୁତର ଭାବେ ଆହତ ହୋଇଥିବା ବେଳେ ବଲେରୋରେ ବସିଥିବା ଠିକା ସଂସ୍ଥାର ଜଣେ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ବଲେରୋ ଚାଳକ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲା। ସୂଚନା ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ସେଠାରେ ଡାକ୍ତର ସୁବୋଧଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଭିମ୍‌ସାର୍‌କୁ ପଠାଇ ଦିଆଯାଇଛି। ପୁଲିସ ଉଭୟ ଗାଡ଼ିକୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe