ପ୍ରସାର ଭାରତୀ ନାମରେ ଠକେଇ

ପ୍ରସାର ଭାରତୀ ନାମରେ ଠକେଇ

ଜୟପୁର: ପଦବି ଅସଲି। କିନ୍ତୁ ନିଯୁକ୍ତି ପତ୍ର ନକଲି। ପ୍ରସାର ଭାରତୀ ପକ୍ଷରୁ ଜୟପୁର ଆକାଶବାଣୀର ଲୋଗୋ, ପ୍ୟାଡ୍ ଓ ଷ୍ଟାମ୍ପ ସହ ବରିଷ୍ଠ ଅଧିକାରୀଙ୍କର ସ୍ବାକ୍ଷର ରହିଛି। ଅତି ସୁନ୍ଦର ଭାବେ ଇଂରାଜିରେ ଡ୍ରାଫ୍ଟ ହୋଇଛି। ଏପରି ଭାବେ ବିସ୍ତୃତ ହୋଇଛି ଯେ ଯେକୌଣସି ଲୋକବି ବିଶ୍ବାସ କରିବ। ନିଯୁକ୍ତି ପତ୍ର ଏପରି ତିଆରି ହୋଇଛି ସତସତିକା ନିଯୁକ୍ତି ପତ୍ର ବି ଏପରି ହୋଇ ନ ଥିବ।

ଜେରକ୍ସ ଦୋକାନୀ ଓ ଆକାଶବାଣୀ କର୍ମଚାରୀଙ୍କ ଆଲୋଚନା ପରେ ଏହି ସତ ପଦାକୁ ଆସିଛି। ଆଉ ଏହାପରେ ଏକ ନିଶ୍ଚିତ ଠକେଇର ମାୟାଜାଲରୁ ଅଳ୍ପକେ ବର୍ତ୍ତିଛନ୍ତି କୋରାପୁଟ ଜିଲ୍ଲା ଜୟପୁର ସହର ଗଡିଆଧୋବା ସାହିର ଜଣେ ମହିଳା। ସୁରକ୍ଷା ଦୃଷ୍ଟିରୁ ଏହି ମହିଳାଙ୍କ ନାମକୁ ଗୋପନ ରଖାଯାଇଥିବାବେଳେ ଜୟପୁର ଟାଉନ ଥାନାରେ ଦ୍ବାରସ୍ଥ ହୋଇଛନ୍ତି କତ୍ତୃପକ୍ଷ।

ମିଳିଥିବା ସୂଚନା ମୁତାବକ ଗତକାଲି ଆକାଶବାଣୀ ଜୟପୁର ଫେସବୁକ ଆଡିରେ ଏନେଇ ସୂଚନା ଦିଆଯାଇଥିଲା। ଜୟପୁର ଆକାଶବାଣୀ ପକ୍ଷରୁ କୌଣସି ସେକ୍ସନ ଅଫିସର ପଦବି ପାଇଁ ନିଯୁକ୍ତି ସୁଯୋଗ ନ ଥିବାବେଳେ ଜଣେ ମହିଳାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ଏନେଇ ସହରର ଏକ ଜେରକ୍ସ ଦୋକାନକୁ ଯାଇଥିଲେ। ଏହାପରେ ଜେରକ୍ସ ଦୋକାନୀଙ୍କ ସନ୍ଦେହ ହେବା ପରେ ସେ ଜୟପୁର ଆକାଶବାଣୀର ଜଣେ କର୍ମଚାରୀଙ୍କୁ ଯୋଗାଯୋଗ କରିଥିଲେ। ଉକ୍ତ କର୍ମଚାରୀ ଜଣକ ଏପରି କୌଣସି ନିଯୁକ୍ତି ନ ଥିବା କହିଥିଲେ। ପରେ ଏନେଇ କତ୍ତୃପକ୍ଷ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଥିଲା। ଏହାସହ ଆଜି ଟାଉନ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି। ଅଭିଯୋଗକୁ ଆଧାର କରି ପୁଲିସ ତନାଘନା ଆରମ୍ଭ ହୋଇଛି।

ତେବେ ପ୍ରଶ୍ନ ଉଠୁଛି ଯେ କିପରି ଭାବେ ଠକ ଜଣକ ପ୍ରସାର ଭାରତୀ ପକ୍ଷରୁ ଆକାଶବାଣୀ ଜୟପୁର ମାଧ୍ୟମ ଦିଆଯାଉଥିବା ଅବିକଳ ନିଯୁକ୍ତି ପତ୍ର ତିଆରି କରାଗଲା। ୮ ମାସ ହେବ କୋଭିଡ୍ ଯୋଗୁଁ ନିଯୁକ୍ତି ସୁଯୋଗ ନ ଥିବାବେଳେ ଏପରି ଠକ କାର୍ଯ୍ୟରେ କୌଣସି ଠକ କର୍ମଚାରୀଙ୍କ ସମ୍ପୃକ୍ତି ରହିଥିବା ଆଶଙ୍କା କରାଯାଉଛି। ୯୦ ଦଶକରେ ଦିଆଯାଉଥିବା ପ୍ରସାରଭାରତୀର ନିଯୁକ୍ତି ପତ୍ରକୁ ପରିବର୍ତ୍ତନ କରି ଏପରି କରାଯାଇଥିବା ଜଣାପଡିଛି। ତେବେ ଉକ୍ତ ମହିଳା ଜଣକ ଆବଦେନ କରିଥିଲେ ନା ତାଙ୍କ ନିକଟକୁ ସେହିପରି ଏହା ଆସିଛି ତାହା ତଦନ୍ତ ପରିସରକୁ ଆସିଛି। ଯଦି ସେ ଆବେୁଦନ କରିଥିଲେ କାହା ମାଧ୍ୟମରେ ଆବଦେନ କରିଥିଲେ। ଏନେଇ କେଉଁଠୁ ସୂଚନା ପାଇଲେ ନା କିଏ ଦେଲା ତାହାର ତଦନ୍ତ କରୁଛି ପୁଲିସ।

publive-image

ଏନେଇ ଜୟପୁର ଆକାଶବାଣୀର ଷ୍େରଆସନ ନିର୍ଦ୍ଦେଶକ ଗୌରଚନ୍ଦ୍ର ତ୍ରିପାଠୀ କହିଛନ୍ତି ଯେ କୋଭିଡ୍ ସମୟରେ ସବୁଠି ହାହାକାର ପରିସ୍ଥିତି। କେବେଠୁ ପ୍ରସାରଭାରତୀ ପକ୍ଷରୁ ଏହି ପଦବୀ ପାଇଁ ନିଯୁକ୍ତି କରାଯାଉ ନାହିଁ। ଯଦି ବି ହୋଇଥାଏ ତେବେ କେନ୍ଦ୍ର ସରକାରଙ୍କର ପ୍ରସାର ଭାରତୀ ୱେବ ସାଇଟରେ ଉପଲବ୍ଧ ହେବା କଥା। ଏହା କିଛି ହୋଇ ନ ଥିବାବେଳେ କେହି ଜଣେ ଠକ ଏପରି କାମ କରିଥାଇ ପାରନ୍ତି। ତେଣୁ ଏନେଇ ଥାନାରେ ଅଭିଯୋଗ ଦିଆଯାଇଛି। ପୁଲିସ ତାର କାମକରିବ ବୋଲି ସେ କହିଛନ୍ତି।

ଏନେଇ ଟାଉନ ଆଇଆଇସି ବାଲେଶ୍ବର ଗିଦ୍ଧି କହିଛନ୍ତ ଯେ, ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ ହୋଇଛି। ଉକ୍ତ ମହିଳାଙ୍କୁ ପଚରା ଉଚୁରା କରାଯିବା ସହ ଏଥିରେ କିଏ କିଏ ସାମିଲ ଅଛନ୍ତି ତାହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe