ପୂର୍ବତନ ସିଡିଏମ୍‌ଓ ଡା.ଗୋବିନ୍ଦ ସାହୁଙ୍କ ଦେହାନ୍ତ

Advertisment
ପୂର୍ବତନ ସିଡିଏମ୍‌ଓ ଡା.ଗୋବିନ୍ଦ ସାହୁଙ୍କ ଦେହାନ୍ତ

ବରଗଡ଼: ବରଗଡ଼ର ପ୍ରଥମ ଶିଶୁରୋଗ ବିଶେଷଜ୍ଞ ତଥା ପୂର୍ବତନ ସିଡିଏମ୍‌ଓ ଡା. ଗୋବିନ୍ଦ ସାହୁ (୭୭ ବର୍ଷ)ଙ୍କ ଭଟଲି ରୋଡ୍‌ସ୍ଥିତ ବାସଭବନରେ ଦେହାନ୍ତ ହୋଇଛି। ସେ ଦୀର୍ଘଦିନ ଧରି ଶ୍ବାସରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ଡା. ସାହୁ ତାଙ୍କର ଉତ୍ତମ ସେବା ପାଇଁ ଇଣ୍ତିଏନ ଏକାଡେମୀ ଅଫ୍‌ ପେଡ଼ିଏଟ୍ରିକ୍ସ ତରଫରୁ ୨୦୦୫ରେ ସମ୍ବର୍ଦ୍ଧିତ ହୋଇ 'ଶିଶୁଶଖା ସମ୍ମାନ'ରେ ସମ୍ମାନିତ ହୋଇଥିଲେ। ୨୦୦୬ରେ ସିଡିଏମ୍‌ଓ ଭାବେ ଚାକିରିରୁ ଅବସରଗ୍ରହଣ କରିଥିଲେ। ଘରୋଇ ଚିକିତ୍ସାରେ କିଛିଦିନ ବ୍ୟସ୍ତ ରହିବା ପରେ ସ୍ବାସ୍ଥ୍ୟାଗତ କାରଣରୁ ରୋଗୀ ଦେଖାରୁ ଅବ୍ୟାହତି ନେଇଥିଲେ।

ସେ ତାଙ୍କ ପଛରେ ପତ୍ନୀ, ଦୁଇପୁଅ ବିଜୟ ଓ ସୁନୀଲ, ବୋହୂ, ଦୁଇ ଝିଅ ପିଙ୍କି ଓ ରୋଜି, ଦୁଇ ଜ୍ବାଇଁ ସୁଶାନ୍ତ ଓ ଦୀପେଶ, ନାତିନାତୁଣୀଙ୍କୁ ଛାଡ଼ି ଚାଲିଯାଇଛନ୍ତି। ବିୟୋଗ ଖବର ପ୍ରଚାରିତ ହେବା ପରେ ବରଗଡ଼ର ବରିଷ୍ଠ ଚିକିତ୍ସକଗଣ ଡା. ପି ଏଲ୍‌ ତ୍ରିପାଠୀ, ଡା. ଉମେଶ ତ୍ରିପାଠୀ, ଡା. ସରୋଜ ଯୋଷୀ, ଡା. ଆର୍‌ ଏନ୍‌ ଦାଶ, ଡା. ଏସ୍‌ ଏଲ୍‌ ଶର୍ମା, ଡା. ପି କେ ଦାଶଙ୍କ ସମେତ ବହୁ ଡାକ୍ତର ତଥା ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଜୀରାନଦୀ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଥିଲା। ବଡ଼ ପୁଅ ବିଜୟ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ବରଗଡ଼ରେ ଗଭୀର ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe