ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ନଗରପାଳଙ୍କ ବିୟୋଗ

Advertisment
ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ନଗରପାଳଙ୍କ ବିୟୋଗ

ଜୟପୁର: ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ନଗରପାଳ ଜଗଦୀଶ ପ୍ରସାଦ ସାହୁଙ୍କ ଆଜି ସକାଳ ୧୦ଟା ସମୟରେ ଗୌଡସାହିସ୍ଥିତ ମଦୀୟ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଆଜି ସକାଳୁ ସ୍ୱର୍ଗତ ସାହୁ ପ୍ରତିଦିନ ପରି ଘରେ ଚା’ ପିଇଥିଲେ। ଘର ଲୋକେ ଜଳଖିଆ ଖାଇବାକୁ ଡାକିବା ସମୟରେ ସେ ୧୫ ମିନିଟ ପରେ ଖାଇବି ବୋଲି କହି ଖବରକାଗଜ ପଢିିଥିଲେ। ପରେ ତାଙ୍କ ବେକରେ ଏକ ଯନ୍ତ୍ରଣା ହୋଇଥିଲା ଓ ସେ ହଠାତ ସେହି ଚୌକିରେ ହିଁ ଟଳି ପଡିଥିଲେ। ପୁଅ ରାଜକୁମାର ସାହୁ ଓ ମନୋଜ କୁମାର ସାହୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ। ପରେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ସ୍ୱର୍ଗତ ସାହୁ ଜଣେ ମିଷ୍ଠଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲେ। ସେ ଜୟପୁର ପୌର ପାଳିକାରେ ନଗରପାଳ ଭାବେ କାର୍ଯ୍ୟରତ ଥିବା ସମୟରେ ଜୟପୁର ପୌରପାଳିକାରେ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିଥିଲେ। ସେ ୧୯୭୭ ମସିହାରୁ ଓକିଲାତି ଆରମ୍ଭ କରିଥିଲେ। ଜଣେ ମିଷ୍ଠଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲେ। କଂଗ୍ରେସ ଦଳର ଜଣେ ଦକ୍ଷ ସଂଗଠକ ଭାବେ ନାଁ କରିଥିଲେ।

ଏତଦ୍‌ ବ୍ୟତୀତ ସ୍ୱର୍ଗତ ସାହୁ ସେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ। ଜଗତଜନନୀ ମନ୍ଦିର ପରିଚାଳନା କମିଟିର ମଧ୍ୟ ଜଣେ ସଦସ୍ୟ ଥିଲେ। ଆଜି ସକାଳୁ ତାଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ଯେ କେହିଭି ଶୁଣିଲା ବା ସୋସିଆଲ ମିଡିଆରେ ଦେଖିଲା ସ୍ତବ୍ଧ ହୋଇ ରହିଯାଇଥିଲା।

ମୃତ୍ୟୁ ବେଳକୁ ତାଙ୍କ ନିକଟରେ ୩ ପୁଅ ଓ ୨ଝିଅ ଉପସ୍ଥିତ ଥିଲେ। ତାଙ୍କ ଶେଷ ଦର୍ଶନ ନିମନ୍ତେ ଆଜି ନେତା ଓ ସ୍ୱେଚ୍ଛାସେବୀଙ୍କ ଭିଡ ଜମିଥିଲା। ତାଙ୍କ ଘନିଷ୍ଠ ବନ୍ଧୁ ତଥା ବରିଷ୍ଠ ଆଇନଜୀବୀ ଓ ଯାଦବ ମହାସଭାର ସଭାପତି ମଦନ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe