ପରଲୋକରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି

Advertisment
ପରଲୋକରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି

କୋରାପୁଟ: ପରଲୋକରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଆଇ.ରାମବ୍ରହ୍ମମ। ଆଜି ଚିକିତ୍ସାଧୀନ ଅବସ୍ଥାରେ  କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଆଇ ରାମବ୍ରହ୍ମଙ୍କ ଦେହାନ୍ତ ହୋଇଯାଇଛି ।  ଗତ କିଛି ମାସ ଧରି କୋଭିଡର ପରବର୍ତୀ ସଂକ୍ରମଣରେ ସିକାର ହୋଇ ସେ ହାଇଦ୍ରାବାଦ ସ୍ଥିତ ଇଣ୍ଡୋ ଆମେରିକାନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ଫୁସଫୁସ କର୍କଟ ରୋଗରେ ସଂଙ୍କ୍ରମିତ ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ସେ ୨୦୧୯ ମସିହାରୁ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ତାଙ୍କ ସମୟରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ଶିକ୍ଷା କ୍ଷେତ୍ରରେ ଅନେକ ସଂସ୍କାର ହୋଇଥିଲା । ତାଙ୍କ ଦେହାନ୍ତରେ ବିଶ୍ୱବିଦ୍ୟାଳୟ ପରିସରରେ  ଅମର ଆତ୍ମାର ସଦଗତି ପାଇଁ ଏକ ଶୋକ ସଭା ଆୟୋଜେନ କରାଯାଇଥିଲା। ତାଙ୍କର ସମ୍ମାନ ପାଇଁ ବିଶ୍ବବିଦ୍ୟାଳୟ ପତାକାକୁ ଅର୍ଦ୍ଧନିମିତ କରାଯାଇଥିଲା।

ସ୍ବର୍ଗତ ଆଇ.ରାମବ୍ରହ୍ମମ୍‌ ଏକ ବିସ୍ତୃତ ଓ ପ୍ରଭାବଶାଳୀ ଏକାଡେମିକ୍ ତଥା ପ୍ରଶାସନିକ ଅଭିଜ୍ଞତା ରହିଥିଲା। ସେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ବରିଷ୍ଠ ଅଧ୍ୟାପକ ଥିଲେ। ସେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନରେ ତାଙ୍କର ପିଏଚଡି ଲାଭ କରିଥିଲେ। ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନ ଏବଂ ସାଧାରଣ ପ୍ରଶାସନରେ ତାଙ୍କର ଏମ.ଏ କରିଥିଲେ। ତାଙ୍କର ତିରିଶ ବର୍ଷରୁ ଅଧିକ ଶିକ୍ଷାଦାନ ଅଭିଜ୍ଞତା ଥିଲା। ସେ ଜାତୀୟ ଏବଂ ଆନ୍ତର୍ଜାତୀୟ ଜର୍ଣ୍ଣାଲରେ ଶତାଧିକ ଗବେଷଣା ସନ୍ଧର୍ଭ ପ୍ରକାଶ କରିଛନ୍ତି। ତାଙ୍କ ଅଧୀନରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଗବେଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe