ଖୋର୍ଦ୍ଧା ବିଜେପି ପକ୍ଷରୁ ଦଳର ପ୍ରତିଷ୍ଠା ଦିବସ ପାଳିତ 

ଖୋର୍ଦ୍ଧା ବିଜେପି ପକ୍ଷରୁ ଦଳର ପ୍ରତିଷ୍ଠା ଦିବସ ପାଳିତ 

ଖୋର୍ଦ୍ଧା: ଭାରତୀୟ ଜନତା ପାର୍ଟି ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ବିଭିନ୍ନ ସ୍ଥାନରେ ଦଳର ୪୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।
ସ୍ଥାନୀୟ ଜିଲ୍ଲାକାର୍ଯ୍ୟାଳୟ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦଳର ଜିଲ୍ଲା ଅଧ୍ୟକ୍ଷ ରଶ୍ମୀରଂଜନ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ନିକୁଂଜ କିଶୋର ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଦଳର ସୃଷ୍ଟି, ଅଗ୍ରଗତି ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରତାପ ମହାପାତ୍ର, ରାଜ୍ୟ କୃଷକ ମୋର୍ଚ୍ଚା ସଦସ୍ୟ ରାଜୀବ ଲୋଚନ ଷଡ଼ଙ୍ଗୀ, ବିଜୟ ସ୍ୱାଇଁ, ପ୍ରଦୀପ୍ତ ପାଣି, ଶକ୍ତି ମିଶ୍ର, ଅଭିମନ୍ୟୁ ଘଟୁଆଳ, ରଶ୍ମୀତା ସାମନ୍ତରାୟ, ସୁଜାତା ରାୟଙ୍କ ସମେତ ଦଳର ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ ।

publive-image

ସେହିଭଳି ଦଳର ମଳିପଡ଼ାସ୍ଥିତ କାର୍ଯ୍ୟାଳୟରେ ଦକ୍ଷୀଣ ମଣ୍ଡଳ ସଭାପତି ସୀତାରାମ ରାଉତରାୟ ଅଧ୍ୟକ୍ଷତା କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡାୟତରାୟ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ୟ କୃଷକମୋର୍ଚ୍ଚା ଉପସଭାପତି ଶ୍ରୀରଂଜନ ମଙ୍ଗରାଜ ସଂଯୋଜନା କରିଥିଲେ । ଭାରତମାତାଙ୍କ ଫଟୋଚିତ୍ର ସହ ଜନସଂଘର ପ୍ରତିଷ୍ଠାତା ଡ ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋଚିତ୍ରରେ ପୁଷ୍ପାଂଜଳି ଅର୍ପଣ କରାଯାଇଥିଲା । ଅତିଥିମାନେ ଦଳର ଇତିହାସ ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବଡ଼ପୋଖରିଆ ମଣ୍ଡଳ ସଭାପତି ବିପିନ କୁମାର ପାଲଟାସିଂହ, ଜିଲ୍ଲାକାର୍ଯ୍ୟକାରିଣୀ ସଦସ୍ୟ କିଶୋର ବରାଳ, ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ଆଶିଷ ବରିଷଲ, ପୂର୍ବତନ ମଣ୍ଡଳସଭାପତି ରମାକାନ୍ତ ଜେନା, ବିଶ୍ୱଭୂଷଣ ପଟ୍ଟନାୟକ, ଗଙ୍ଗାଧର ଚମ୍ପତ୍ତି, ମାନସ ବିଶ୍ୱାଳ, ବିଜୟ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe