ଲକ୍ଷ୍ମୀପୁର ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସ: ଉଚ୍ଚ ଆକାଂକ୍ଷା ନେଇଁ ପଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ବିଧାୟକଙ୍କ ପରାମର୍ଶ

Advertisment
ଲକ୍ଷ୍ମୀପୁର ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସ: ଉଚ୍ଚ ଆକାଂକ୍ଷା ନେଇଁ ପଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ବିଧାୟକଙ୍କ ପରାମର୍ଶ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ମହାବିଦ୍ୟାଳୟର ୩୫ତମ ପ୍ରତିଷ୍ଠା ଦିବସ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅତିଥିମାନଙ୍କ ଦ୍ୱାରା ପ୍ରଥମେ ଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମହାବିଦ୍ୟାଳୟର ଅନେକ ପ୍ରତିଷ୍ଠାତା ସଭ୍ୟଙ୍କ ଦେହାନ୍ତ ହୋଇଥିବା କାରଣରୁ ସେମାନଙ୍କ ଉଦେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା କରାଯିବା ପରେ ନୂତନ ବିଧାୟକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାବିଦ୍ୟାଳୟର ଉନ୍ନତି ଦିଗରେ ସେ ଚେଷ୍ଟା କରିବେ ବୋଲି ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀମାନେ ଉଚ୍ଚ ଆକାଂକ୍ଷା ନେଇଁ ପାଠ ପଢ଼। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚାକିରି କର। ନଚେତ ନିଜେ ନିଜ ସକାଶେ ଆତ୍ମ ନିର୍ଭରଶୀଳ ହେବାକୁ ଚେଷ୍ଟା କର।

୧୯୯୦ ମସିହାରେ ଆରମ୍ଭ ହୋଇଥିବା ଏହି ମହାବିଦ୍ୟାଳୟ ଅନେକ ଘାତପ୍ରତିଘାତ ଦେଇ ଗତି କରିଥିବା ବେଳେ ବର୍ତ୍ତମାନ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟ ଭାବେ ଜିଲ୍ଲାରେ ପ୍ରତିଷ୍ଠିତ ହୋଇପାରିଛି ବୋଲି ଅଧ୍ୟକ୍ଷ ଗିରିଜା ଚୌଧୁରୀ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ  ସମ୍ମାନିତ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ବୀରେନ ଶତପଥୀଙ୍କ ସମେତ ପୂର୍ବତନ ସାଂସଦ ଝିନ ହିକକା, ଯୁକ୍ତ ତିନି ଅଧ୍ୟାପକ ବିଜୁ ମୁଦୁଲି, ପରିଚାଳନା ସଭାପତି ଧନୁର୍ଜୟ ବିଶୋଇ, ପୂର୍ବତନ ଓଡ଼ିଆ ଅଧ୍ୟାପକ କିଶୋର ଚନ୍ଦ୍ର ସାହୁ ଓ ପୂର୍ବତନ ସମ୍ପାଦକ  ମାଧବ ସାହୁ, ବରିଷ୍ଠ କିରାଣୀ ହରେକୃଷ୍ଣ ସାହୁ ଓ ଅବସର ପ୍ରାପ୍ତ ଖେଳ ଶିକ୍ଷକ ଦୁଃଖିଶ୍ୟାମ ଦାଶ ପ୍ରମୁଖ ଯୋଗଦେଇଥିଲେ। ଅଧ୍ୟାପକ ଜଗନ୍ନାଥ ରଥ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଯୋଶବନ୍ତ ଗରଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe