ନାଲକୋର ୪୧ତମ ପ୍ରତିଷ୍ଠା ଦିବସ ପାଳିତ

Advertisment
ନାଲକୋର ୪୧ତମ ପ୍ରତିଷ୍ଠା ଦିବସ ପାଳିତ

ନାଲକୋନଗର: ନବରତ୍ନପ୍ରାପ୍ତ ରାଷ୍ଟ୍ରାୟତ ଉଦ୍ୟୋଗ ‘ନାଲକୋ’ ୪୧ବର୍ଷରେ ପଦାର୍ପଣ କରିଛି। ଆଜି ସକାଳ୧୦ଘଟିକା ସମୟରେ ଅନଗୁଳ ନାଲକୋ ଅଡ଼ିଟୋରିୟମରେ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ସଂସଦୀୟ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମୁଖ୍ୟ ଅତିଥି ଓ ନାଲକୋର ସି.ଏମ.ଡି ଶ୍ରୀଧର ପାତ୍ର ଭୁବନେଶ୍ୱର କର୍ପୋରେଟ କାର୍ଯ୍ୟାଳୟ ଠାରୁ ସିଧା ସଳଖ ଅନଗୁଳ ନାଲକୋ, ଦମାନଯୋଡି, ବିଶାଖାପାଟଣା କାର୍ଯ୍ୟଳୟ ସହ ଯୋଡ଼ି ହୋଇ ପ୍ରତିଷ୍ଠା ଦିବସ ଅବସରରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିବା କର୍ମଚାରୀଙ୍କୁ ମଞ୍ଚସିନ ଅତିଥି ଟ୍ରଫି ପ୍ରଦାନ କରିଥିଲେ।

ସି.ଏମ୍‌.ଡି ଶ୍ରୀଧର ପାତ୍ର ଅତିଥି ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ଦେଇଥିଲେ। ନାଲକୋର ବିଭିନ୍ନ ଉର୍ଣ୍ଣତିକରଣ କାର୍ଯ୍ୟ ତଥା କିଛି ମାସ ମଧ୍ୟରେ ଲିନ୍ସଲରି ପ୍ରୋଜେକ୍ଟର ପୂର୍ଣ୍ଣକ୍ଷମ ହେବା, ଆଲୁମିନିୟମ ପାର୍କର ଉର୍ଣ୍ଣତିକରଣ ଆସନ୍ତା ୨୦୨୨-୨୩ ଆର୍ଥିକ ବର୍ଷରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ସୁପାରିଶ, ଉତ୍କଳ ଡି ଓ ଇ କୋଇଲା ବ୍ଲକରୁ କୋଇଲା ଉତ୍ପାଦନ କରିବା ସାଙ୍ଗକୁ ଏକ ନୂତନ କୋଲ ବ୍ଲକ 'ସି' ପାଇଁ ନାଲକୋ ସରକାରଙ୍କୁ ପ୍ରସ୍ତାବ ଦେବା, ନାଲକୋ ସ୍ମଲଟରପ୍ଲାଣ୍ଟରେ ନୂତନ ପଟଲାଇନ ୫ର ୧୨୦ନମ୍ବର ପଟ ବୃଦ୍ଧି ଓ ସିପିପିର ୨ଟି ୟୁନିୟ ତଥା ୧୪ସହ ମେଗାୱାଟର ବିଦ୍ୟୁତ ଉତ୍ପାଦନ କ୍ଷମତା ବୃଦ୍ଧି, ସରକାରଙ୍କ କ୍ୟାପିଟାଲ ଏକ୍ସପେନସେସ୍ ୭୫ ପ୍ରତିଶତ ହାସଲ କରିଥିବା ନେଇ ସେ କହିଥିଲେ।

ବିଭିନ୍ନ ବିଭାଗର ଶ୍ରେଷ୍ଠ କର୍ମଚାରୀଙ୍କ ପୁରସ୍କାର ରାଶି ବୃଦ୍ଧି ଓ ମହିଳା କର୍ମଚାରୀଙ୍କ ମଧ୍ୟରେ ଶ୍ରେଷ୍ଠ ମହିଳାଙ୍କୁ ପୁରସ୍କୃତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ନାଲକୋ ଅଡ଼ିଟୋରିୟମ ଠାରେ କଂପାନିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଅମ୍ବିକା ପ୍ରସାଦ ପଣ୍ଡା, ମାନବ ସମ୍ବଳ ମହା ପ୍ରବନ୍ଧକ ସତ୍ୟାନନ୍ଦ ସାହୁ, ଜିଏମ (ସ୍ମଲଟର) ମୃତୁଞ୍ଜୟ ଦାସ, ଜିଏମ (ସିପିପି) ସରୋଜ ମିଶ୍ରଙ୍କ ସମେତ ସମସ୍ତ ଶ୍ରମିକ ସଂଗଠନ ଓ ଜିଏମ ଉପସ୍ଥିତ ଥିଲେ। ଆଜି ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ନାଲକୋ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe