ଗୁଳିକୁ ଖାତିର ନକରି ୪ ଡ଼କାୟତଙ୍କୁ ଧରିଲା ପୁଲିସ, ପିସ୍ତଲ ଓ ଭୁଜାଲି ଜବତ

ଗୁଳିକୁ ଖାତିର ନକରି ୪ ଡ଼କାୟତଙ୍କୁ ଧରିଲା ପୁଲିସ, ପିସ୍ତଲ ଓ ଭୁଜାଲି ଜବତ

ଝାରସୁଗୁଡ଼ା: ସାରା ସହର ଦୁର୍ଗାପୂଜା ପାଇଁ ଉତ୍ସବ ମୂଖର ହୋଇ ଉଠିଥିବା ବେଳେ ଝାରସୁଗୁଡ଼ା ପୁଲିସ ୪ ଜଣ ଡ଼କାୟତଙ୍କ ପିଛା କରି ଧରିବାରେ ସଫଳ ହୋଇଛି। ଡ଼କାୟତମାନଙ୍କ ଗୁଳିମାଡ଼ ସତ୍ତ୍ୱେ ପୁଲିସ ଏମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିବା ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସ୍‌ପି ଶ୍ରୀ ମହାନ୍ତିଙ୍କ କହିବା ଅନୁଯାୟୀ, ଗତ ୭ ତାରିଖ ରାତିରେ ଝାରସୁଗୁଡ଼ା ନିକଟସ୍ଥ ଆଇଓସିଏଲ୍‌ ମୋଡ଼ାଣି ଠାରେ କିଛି ଅସାମାଜିକ ଯୁବକ ସଶସ୍ତ୍ର ସହ ବସି କିଛି ଆଲୋଚନା କରୁଥିବା ନେଇ ପୁଲିସ ପାଖରେ ଖବର ପହଞ୍ଚିବା ପରେ ତୁରନ୍ତ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଡ଼ିପିଓ କୈଳାଶ ଆଚାର୍ଯ୍ୟଙ୍କ ତତ୍ତ୍ୱାବବଧାନରେ ଏକ ପୁଲିସ ଟିମ୍‌ ଗଠନ କରାଯାଇଥିଲା।

ସଂପୃକ୍ତ ଅଞ୍ଚଳରେ ଢଚାଉ କରି ପୁଲିସ ୪ ଜଣଙ୍କୁ ଧରିବା ପାଇଁ ପ୍ରୟାସ କରୁଥିବା ବେଳେ ଡ଼କାୟତମାନେ ଗୁଳି ଚାଳନା କରି ଫେରାର ହୋଇଯିବା ପାଇଁ ଉଦ୍ୟମ କରିଥିଲେ। ପୁଲିସ ଗୁଳିକୁ ଖାତିର ନକରି ଏହି ଡ଼କାୟକମାନଙ୍କୁ ଗୋଡ଼ାଇ ଧରିଥିଲା। ଏମାନଙ୍କ ପାଖରୁ ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ୮ ଏମ୍‌ଏମ୍‌ ଜୀବନ୍ତ ଗୁଳି, ଗୋଟିଏ ଖୋକା, ଗୋଟିଏ ଭୁଜାଲି, ୨ ଟି ଲୁହା ରଡ଼୍‌, ୫ ଟି ମୁଖା, ଲଙ୍କା ଗୁଣ୍ଡ ଜବତ କରିଛି। ଗିରଫ ହୋଇଥିବା ଏହି ଅଭିଯୁକ୍ତମାନେ ହେଲେ ଏକାତାଲିର ବାବଲୁ ଚେଧୂରୀ(୩୨), ତେଲିଭଟାର ଏମ୍‌ଡ଼ି ଅମଜାଦ ଅଲି(୨୬), ତେଲିଭଟାର ଏସ୍‌.କେ. ସମିମୁଦ୍ଦିନ ଓରଫ ଗୁଡ୍ଡେ( ୩୭) ଓ ହାଉସିଂ ବୋର୍ଡ଼ କଲୋନୀର ସୁରେଶ ସିଂହ(୨୮)।

publive-image

ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଯୁବକମାନେ ଏକ ଡ଼କାୟତି ଉଦ୍ୟମ ପାଇଁ ଏକତ୍ରୀତ ହୋଇଥିବା ପୁଲିସ କହିଛି। ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ଝାରସୁଗୁଡ଼ା ସମେତ ବିଭିନ୍ନ ଥାନାରେ ଅନେକ ମାମଲା ଥିବା ଆଇଆଇସି ସାବିତ୍ରୀ ବଳ କହିଛନ୍ତି। ଏହି ଟିମ୍‌ରେ ଇନ୍‌ସପେକ୍ଟର ପବିତ୍ର କିସାନ, ଏସ୍‌ଆଇ ଏମ୍‌.ପାଣିଗ୍ରାହୀ, ଏଏସ୍‌ଆଇ ଏସ୍‌.କେ.ସାହୁ, ଏଏସ୍‌ଆଇ ଜେ.ସାହୁ, ଏଏସ୍‌ଆଇ ବି.ପି.କଣ୍ଟା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe