ବାରିପଦା: ଆଜି ସନ୍ଧ୍ୟାରେ ବାରିପଦା ସହରର ଏକ ହୋଟେଲ୍ରୁ ବନ୍ଧୁକ ସହିତ ୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ଟାଉନ୍ ଥାନା ପୁଲିସ। ଏମାନେ ଆଜି ଦିନ ପ୍ରାୟ ଅଢ଼େଇଟା ବେଳେ ଆସି ବାରିପଦାରେ ପହଞ୍ଚିଥିଲେ। ପରେ ଏକ ଗାଡି ମଧ୍ୟ ଭଡ଼ାରେ ନେଇଥିଲେ। ତେବେ ବାରିପଦା ଟାଉନ୍ ଥାନା ସ୍ପେଶାଲ୍ ସ୍କ୍ବାର୍ଡ ଏସମ୍ପର୍କରେ ସୂଚନା ପାଇ ଅପରେସନ୍ ଆରମ୍ଭ କରିଥିଲା। ହୋଟେଲ୍ ରୁମ୍ରେ ଥିବାବେଳେ ପୁଲିସ୍ ହାତରେ ଧରାପଡ଼ିଥିଲେ ଏହି ୪ଜଣ ସନ୍ଦିଗ୍ଧ। ପାଖରେ ବନ୍ଧୁକ ରଖିଥିବାରୁ ଏମାନଙ୍କ ଉପରେ ପୁଲିସର ସନ୍ଦେହ ବଢ଼ିଥିଲା। ଗିରଫ ବ୍ୟକ୍ତିମାନେ ହେଲେ ଗଞ୍ଜାମ ଜିଲ୍ଲା ବରହମ୍ପୁର ସଦର ଥାନା ଅନ୍ତର୍ଗତ ସାତପାହୁଣ୍ଡିଆ ଗ୍ରାମର କେ ଯୁଧିଷ୍ଟିର ରେଡ୍ଡୀ(୪୨), ଭୁବନେଶ୍ବର ନୟାପଲ୍ଲୀ ଥାନା ଅନ୍ତର୍ଗତ ଆଇଆରସି ଭିଲେଜ୍ ପ୍ଲଟ୍ ନଂ-୦୩/୪୫୩ର ତପନ ରଞ୍ଜନ ସାହୁ(୪୨), ନୟାପଲ୍ଲୀ ପ୍ଲଟ୍ ନଂ-୦୬/୧୨୪ର ଶୁଭଦୀପ ଶତପଥୀ(୩୪) ଏବଂ କଟକ ଜିଲ୍ଲା ନିଆଳି ଥାନା ତିହୁଡ଼ି ଅଞ୍ଚଳର ପ୍ରଦୀପ୍ତ ସାହୁ(୩୬)। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଥିବାରୁ ଏମାନେ କୌଣସି ଅପରାଧମୂଳକ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ବାରିପଦା ଆସିଥିବା ପୁଲିସ ସନ୍ଦେହ କରୁଛି। ତେବେ ଜବତ ବନ୍ଧୁକ ଦେଶୀ ବୋଲି ଜଣାପଡ଼ିଛି। ତେଣୁ ବନ୍ଧୁକ ଦେଖାଇ ଡକାୟତି ଯୋଜନାରେ ଆସିଥିବା ପୁଲିସ ପକ୍ଷରୁ ପ୍ରକାଶ।
ବନ୍ଧୁକ ସହିତ ୪ ସନ୍ଦିଗ୍ଧ ଗିରଫ; ହୋଟେଲ୍ରେ ଥିଲେ, ମାଡ଼ି ବସିଲା ସ୍ପେଶାଲ୍ ସ୍କ୍ବାର୍ଡ
Advertisment
Follow Us