ଡକାୟତି ଉଦ୍ୟମ ପଣ୍ଡ: ବନ୍ଧୁକ ଓ ମାରଣାସ୍ତ୍ର ଜବତ, ୪ ଗିରଫ 

Advertisment
ଡକାୟତି ଉଦ୍ୟମ ପଣ୍ଡ: ବନ୍ଧୁକ ଓ ମାରଣାସ୍ତ୍ର ଜବତ, ୪ ଗିରଫ 

ନବରଙ୍ଗପୁର: ନବରଙ୍ଗପୁର ପୁଲିସକୁ ମିଳିଛି ସଫଳତା । ଡକାୟତି ଉଦ୍ୟମ କରୁଥିବା ସନ୍ଦେହ ରେ ନବଙ୍ଗପୁର ଥାନା ପୁଲିସ ଗୋଟିଏ ବନ୍ଧୁକ , ବିଭିନ୍ନ ପ୍ରକାର ମାରଣାବସ୍ତ୍ର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ନବରଙ୍ଗପୁର ପୁଲିସର ଏକ ପେଟ୍ରୋଲିଂ ଟିମ୍ ଗତକାଲି ରାତି ପ୍ରାୟ ୧.୩୦ ମିନଟ ସମୟରେ ସହର ଉପକଣ୍ଠ ରେ ଥିବା ହିର୍ଲି ନିକଟରେ ଥିବା ନୂତନ ମଣ୍ଡେଇ ପଡିଆରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୬ ଜଣ ରହିଥିଲେ ମଧ୍ୟ ୨ ଜଣ ଖସି ପଳାଇବା ରେ ସକ୍ଷମ ହୋଇଥିଲେ। ୪ ଜଣଙ୍କୁ ପୁଲିସ କାବୁ କରିଥିଲେ। ସେମାନଙ୍କ ନିକଟରୁ ଏକ ଏୟାର ବନ୍ଧୁକ ସମେତ ୨ ଟି ମୋଟର ସାଇକେଲ, ୪ଟି ମୋବାଇଲ ଗୋଟିଏ ଲୁହାରଡ୍, ଖଣ୍ଡା, ଟାଙ୍ଗିଆ, କାଠ ଠେଙ୍ଗା ଆଦି ଜବତ କରିଛି।

ଧରାପଡିଥିବା ଯୁବକ ମାନେହେଲେ ଗୋପିନାଥ ମଲିକ, ଗୌତମ ଦାସ, ସୁଶାନ୍ତ ରାଉତ, କାହ୍ନୁଚରଣ ସାହୁ । ଚାରିଜଣଙ୍କ ମଧ୍ୟରୁ ଜଣଙ୍କର ନାମ ରେ ଇନ୍ଦ୍ରାବତୀ ଥାନାରେ ମାମଲା ଥିବା ବେଳେ ଜଣକଙ୍କ ନାମରେ ନବରଙ୍ଗପୁର ଥାନା ରେ ମାମଲା ଥିବା ପୋଲିସ ସୂଚନା ଦେଇଛି I ନବରଙ୍ଗପୁର ଥାନା ରେ କେସ ନଂ ୨୫୩/୨୦୨୦ ଦଫା ୩୯୯ ଓ ୪୦୨ ରେ ମାମଲା ରୁଜୁ କରି ୪ ଜଣ ଯୁବକଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe