ବୁଲେଟ ସହ ୪ ଗିରଫ, ୭ ବାଇକ ସହ ବହୁ ସାମଗ୍ରୀ ଜବତ

Advertisment

୭୫ ହଜାର ଟଙ୍କା ସହ ବାଇକ ଫେରାଇଲା ପୁଲିସ

୭୫ ହଜାର ଟଙ୍କା ସହ ବାଇକ ଫେରାଇଲା ପୁଲିସ

ବୁଲେଟ ସହ ୪ ଗିରଫ, ୭ ବାଇକ ସହ ବହୁ ସାମଗ୍ରୀ ଜବତ

Sambad

ଭଦ୍ରକ: ଜିଲ୍ଲା ବାହାରେ ଓ ଜିଲ୍ଲାରେ ବିଭିନ୍ନ ସ୍ଥାନରୁ ଚୋରି କରୁଥିଲା ବୁଲେଟ ଓ ତାହାର ସହଯୋଗୀ। କେବଳ ବାଇକ ନୁହେଁ, ଦୋକାନ ଓ ଘର ଭାଙ୍ଗି ମଧ୍ୟ ଚୋରି କରୁଥିଲେ। ଏବେ ୭ ଚୋରା ବାଇକ ସହ ଅନ୍ୟାନ୍ୟ ଚୋରି ସାମଗ୍ରୀ ମଧ୍ୟ ଜବତ କରିଛି ପୁଲିସ। ତେବେ ୪ ଜଣ ଲୁଟେରାଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ସୂଚନା ଦେଇଛି ପୁଲିସ। ସୂଚନାଯୋଗ୍ୟ ଯେ, ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ବୁଲେଟ ସହ ତାର ଗ୍ୟାଙ୍ଗକୁ ଗିରଫ କରିଛି। ବୁଲେଟ ଓରଫ ଯଶୋବନ୍ତ କିସ୍କୁ ଓ ତା’ ସହଯୋଗୀ ରାଣୀତାଲ ବଜାରର ଏକ ହୋଟେଲର କବାଟ ଭାଙ୍ଗି ଟିଭି, ଇନଭର୍ଟର ସହ ଅନେକ ସାମଗ୍ରୀ ଚୋରି କରିଥିଲା। ଚୋରିରେ ବୁଲେଟର ସମ୍ପୃକ୍ତି ସନ୍ଦେହ ହେବାରୁ ପୁଲିସ ତାକୁ ପଚରାଉଚୁରା କରିବା ବେଳେ ଚୋରି ସାମଗ୍ରୀ ଉଦ୍ଧାର ହୋଇଥିଲା।

publive-image Sambad

ଚୋରିରେ ସହଯୋଗ କରିଥିବା ଜଣେ ନାବାଳକ ସହ ରମ୍ବିଳା ଅଞ୍ଚଳର ଗୌତମ ପରିଡା, ଉତ୍ତମ ପରିଡାକୁ ମଧ୍ୟ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୭ଟି ଚୋରା ବାଇକ ସହ ଟିଭି, ଇନଭର୍ଟର ଭଳି ସାମଗ୍ରୀ ସହ ଲୁଟ ପାଇଁ ବ୍ୟବହାର ହେଉଥିବା କଟୁରି, ଲୁହା ରଡ଼ ଓ ଖଣ୍ଡା ଜବତ ହୋଇଛି। ତେବେ ଏହି ଲୁଟେରାଙ୍କ ନାଁରେ ଭଦ୍ରକ, ବାଲେଶ୍ୱର ସହ ବହୁ ଅଞ୍ଚଳରେ ଲୁଟରେ ସାମିଲ ଥିବା ଭଦ୍ରକ ଅତିରିକ୍ତ ଏସପି ଜତୀନ ପଣ୍ଡା ସୂଚନା ଦେଇଛନ୍ତି। ସେହିଭଳି ବିଭିନ୍ନ ଘଟଣାରେ ଅଭିଯୋଗକାରୀଙ୍କୁ ମଧ୍ୟ ୭୫ ହଜାର ଟଙ୍କା ଫେରାଇଛି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe