ଭଦ୍ରକରୁ ୪ ଡକାୟତ ଗିରଫ, ମାରଣାସ୍ତ୍ର ସହ ୫ ବାଇକ୍‌ ଜବତ

Advertisment
ଭଦ୍ରକରୁ ୪ ଡକାୟତ ଗିରଫ, ମାରଣାସ୍ତ୍ର ସହ ୫ ବାଇକ୍‌ ଜବତ

ଭଦ୍ରକ: ଗତକାଲି ରାତିରେ ଭଦ୍ରକ ଗ୍ରାମାଅଞ୍ଚଳ ପୁଲିସ ପେଟ୍ରୋଲିଂ ବେଳେ ଆରଡି ଛକ ସାନରାଇପୁର ନିକଟରୁ ୪ ଜଣ ଡକାୟତଙ୍କୁ ଧରିବାରେ ସଫଳତା ହୋଇଥିଲା। ଏହି ଯୁବକ ମାନେ ୩ ଟି ବାଇକ୍‌ରେ ଆସିଥିବା ବେଳେ ସେମାନଙ୍କ ହାତରେ ମାରଣାସ୍ତ୍ର ରହିଥିଲା। ସେମାନେ ଡକାୟତି କରିବା ପାଇଁ ପ୍ରସ୍ତୁତି ହେଉଥିବା ବେଳେ ପୁଲିସ ହାତରେ ଧରା ପଡିଯାଇଥିଲେ।

ପୁଲିସ ସେମାନଙ୍କୁ ନେଇ ସେମାନଙ୍କର ଘର ତଲାସୀ କରିବା ବେଳେ ସେମାନଙ୍କ ଠାରୁ ୫ଟି ମଟର ସାଇକେଲ, ବହୁ ମାରଣାସ୍ତ୍ର , ଟିଭି, ଡି ଜେ ମେସିନ, ୨ ଟି ମଟର ପମ୍ପ ଜବତ କରିଥିଲା। ଆଜି ଏହି ଚାରି ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିକାରୀ ପ୍ରକାଶ କରିଛି। ଏହି ଗେଙ୍ଗ ରେ ଆଉ କେଉଁ ମାନେ ସଂପୃକ୍ତି ଅଛନ୍ତି ସେମାନଙ୍କ ସଂପର୍କରେ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe