ଅନ୍‌ଲାଇନ୍‌ ବେଟିଂ: ମାଲକାନଗିରିରେ ୪ ବୁକି ଗିରଫ, ୯ ଲକ୍ଷ ନଗଦ ଜବତ, ବ୍ୟାଙ୍କ ଆକାଉଣ୍ଟ ସିଜ୍

ଅନ୍‌ଲାଇନ୍‌ ବେଟିଂ: ମାଲକାନଗିରିରେ ୪ ବୁକି ଗିରଫ, ୯ ଲକ୍ଷ ନଗଦ ଜବତ, ବ୍ୟାଙ୍କ ଆକାଉଣ୍ଟ ସିଜ୍

ମାଲକାନଗିରି: ମାଲକାନଗିରି ଥାନା ଅଂଚଳରେ ଅନ୍‌ଲାଇନ୍‌ ବେଟିଂ ହେଉଥିବା ନେଇ ପୁଲିସ ଖବର ପାଇବା ପରେ ଚାରି ଜଣ ବୁକିକୁ ଗିରଫ କରିବା ସହ ୯ ଲକ୍ଷ ଟଂକା ଜବତ କରିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅଭିଳାଷ ଏବଂ ଆଇଆଇସି ରାମ ପ୍ରସାଦ ନାଗ ପ୍ରକାଶ କରିଛନ୍ତି। ଗତକାଲି ଆଇପିଏଲ ଫାଇନାଲ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ମ୍ୟାଚରେ କୋଟି କୋଟି ଟଂକାର ବେଟିଂ ହୋଇଥିଲା। ତେବେ ମାଲକାନଗିରିରେ କିଛି କମିସନ ଏଜେଣ୍ଟମାନେ ରହି ବୁକି ପାଇଁ କାମ କରୁଥିବା ନେଇ ପୁଲିସକୁ ଖବର ମିଳିଥିଲା। ତୁରନ୍ତ ମାଲକାନଗିରିରେ ବେଟିଂ ଚଲାଉଥିବା ଏଜେଣ୍ଟ ଜି.ଶ୍ରୀନିବାସ ରାଓ, ଜି.ଜଗନ ରାଓ, ବସନ୍ତ କୁମାର ବେହେରା ଏବଂ ଭୋଳାନାଥ ବିଶ୍ବାସକୁ ପୁଲିସ ଗିରଫ କରିଥିଲା। ଏମାନଙ୍କ ଠାରୁ ୯ ଲକ୍ଷ ଟଂକା ଜବତ କରିବା ସହ ଏମାନଙ୍କ ଆକାଉଣ୍ଟକୁ ସିଜ କରିଥିଲା। ଏହି ଆକାଉଣ୍ଟରେ ୧୮ ଲକ୍ଷ ଟଂକା ରହିଥିଲା। ମୋଟ ୨୭ ଲକ୍ଷ ଟଂକା ଜବତ ହୋଇଥିବା ନେଇ ପୁଲିସ ସୂଚନା ଦେଇଥିଲା।

ତେବେ ଏହା ଛତିଶଗଡକୁ ଚେର ଲମ୍ବିଥିବା ପୁଲିସ ଜାଣିବାକୁ ପାଇଛି। ଏମାନଙ୍କର ଆକାଉଣ୍ଟ ଛତିଶଗଡର ସୁକମା ଏବଂ ଜଗଦଲପୁରରେ ରହିଥିବା ଜଣାପଡିଛି। ତେବେ ଏହି ବେଟିଂରେ ସାମିଲ ଥିବା ଅନ୍ୟମାନଙ୍କୁ ମଧ୍ୟ ପୁଲିସ ତୁରନ୍ତ ଗିରଫ କରିବ ବୋଲି ଜଣାପଡିଛି। ଅନ୍‌ଲାଇନ୍‌ ବେଟିଂରେ ଜିଲ୍ଲାର ଶହ ଶହ ଯୁବକମାନେ ଫଶି ଲକ୍ଷ ଲକ୍ଷ ଟଂକା ହରାଇଥିବା ଜଣାପଡିଛି। ପୁଲିସ ଏମାନଙ୍କ ଠାରୁ ୭ଟି ମୋବାଇଲ ମଧ୍ୟ ଜବତ କରିଛି। ମୋବାଇଲରେ ହିଁ ସବୁ ଖେଳ ହେଉଥିଲା। ତେବେ ଏହି ବେଟିଂର ମୁଖ୍ୟ ଖଳନାୟକକୁ ଧରିବାକୁ ପୁଲିସ ତଦନ୍ତ ଆରମ୍ଭ କରିଦେଇଥିବା ଜଣାପଡିଛି। ପୁଲିସ ଆଇପିସି ଧାରା ୨୯୪(ଏ),୧୨୦(ବି),୩୪ ଲଗାଇ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe