ଦେଶୀ ମଦ ବିକ୍ରି ଅଭିଯୋଗରେ ୪ ଗିରଫ

Advertisment
ଦେଶୀ ମଦ ବିକ୍ରି ଅଭିଯୋଗରେ ୪ ଗିରଫ

ରାଉରକେଲା: ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ରାଉଉରକେଲା ଅବକାରୀ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେ‌ଉଛନ୍ତି ବେଦବ୍ୟାସ ଗୋପପାଲୀର ଚୁମାନୀ ଟପ୍ପୋ, ରାହୁଲ ଟପ୍ପୋ, ଇସ୍ଥାର ଟପ୍ପୋ ଓ ଟେମ୍ବା ଟପ୍ପୋ। ଅଭିଯୁକ୍ତମାନଙ୍କଠାରୁ ପ୍ରାୟ ୧୧୫ ଲିଟର ଦେଶୀ ମଦ ଜବତ ହୋଇଛି। ଏହାସହ ବହୁ ପରିମାଣର ମହୁଲପୋଚକୁ ନଷ୍ଟ କରିଦିଆଯାଇଛି। ବେଦବ୍ୟାସ ଗୋପପାଲୀ ଅଞ୍ଚଳରେ ବ୍ୟାପକ ଦେଶୀ ମଦ ବିକ୍ରି ହେଉଥିବା ଅବକାରୀ ବିଭାଗ ସୂଚନା ପାଇଥିଲା। ସୂଚନାକୁ ଭିତ୍ତିକରି ଅବକାରୀ ଇନ୍ସପେକ୍ଟର ‌ସ୍ନେହଳତା ନାୟକଙ୍କ ନେତୃତ୍ବରେ ଏକ ଦଳ, ମୋବାଇଲ୍‌ ୟୁନିଟ୍‌ ଅତର୍କିତ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe