ବିବାହ ନାଁରେ ଠକେଇ; ୪ଜଣିଆ ଗ୍ୟାଙ୍ଗ୍‌ ଗିରଫ

ବ୍ୟବସାୟ ନାଁରେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ, ଧୂର୍ତ୍ତ ଅଟକ

NewsKarnataka

କେସିଙ୍ଗା: ବିବାହ ନାଁରେ ଲୋକଙ୍କୁ ଠକୁଥିବା ଏକ ଗ୍ୟାଙ୍ଗ୍‌କୁ କଳାହାଣ୍ଡି ପୁଲିସ୍‌ ଗିରଫ କରିଛି। ଏହି ଗ୍ୟାଙ୍ଗ୍‌ର ୪ଜଣ ସଦସ୍ୟ ହେଲେ ସୁନ୍ଦରଗଡ଼ର ଏଲି ମହାନ୍ତ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ବୀରବଲ ଶର୍ମା, ଛତିଶଗଡ଼ ମହାସମୁନ୍ଦର ମୀନା ଗୁପ୍ତା ଓ ଛତିଶଗଡ଼ ବିଳାସପୁର ନିବାସୀ ଶ୍ରବଣ ସୋନି। ମୁଖ୍ୟ ଅଭିଯୁକ୍ତ ଏଲି ମହନ୍ତ ପୂର୍ବରୁ ୪ ଥର ବିବାହ କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ଏହି ଠକ ଦଳ ବୟସ୍କ ତଥା ବିବାହ ବିଚ୍ଛେଦ ବ୍ୟକ୍ତିମାନଙ୍କୁ ଟାର୍ଗେଟ୍‌ କରି ବିବାହ କରୁଥିଲେ। କିଛି ଦିନ ପରେ ଠକେଇ କରି ଫେରାର ମାରୁଥିଲେ।

ଗତ ଅକ୍ଟୋବର ମାସରେ ମଦନପୁର ରାମପୁରରେ ଜଣେ ବ୍ୟକ୍ତି ଏଭଳି ଠକେଇର ଶିକାର ହେବାପରେ ମାମଲା ରୁଜ୍ଜୁ କରିଥିଲେ। ଏନେଇ ପୁଲିସ୍‌ ତଦନ୍ତ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନାଥାଉକି ଏମାନେ ଗୋଟିଏ ପରିବାରର ସଦସ୍ୟ ବୋଲି ପରିଚୟ ଦେଇ ଅନେକ ଲୋକଙ୍କୁ ବିବାହ ନାଁରେ ଠକୁଥିଲେ। କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ଶ୍ରବଣା ବିବେକ ଏମ୍‌ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏଭଳି ଠକ ଦଳ ଦ୍ବାରା ଯଦି କେହି ଠକେଇର ଶିକାର ହୋଇଥାନ୍ତି ତେବେ କଳାହାଣ୍ଡି ପୁଲିସ୍‌କୁ ସୂଚନା ଦେବାକୁ ନିବେଦନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe