ଜଙ୍ଗଲରୁ ଯୁବତୀଙ୍କ ଅର୍ଦ୍ଧ ନଗ୍ନ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ୍‌: ଦୁଇ ଭାଇ ସହ ୪ ଗିରଫ

ଶିକାରୀ ଜାଲରେ ଫସି ଗଲେ ଯୁବତୀ: ଏସପି

ଜଙ୍ଗଲରୁ ଯୁବତୀଙ୍କ ଅର୍ଦ୍ଧ ନଗ୍ନ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ୍‌: ଦୁଇ ଭାଇ ସହ ୪ ଗିରଫ

କୋରାପୁଟ/ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଚାଲାଣଗୁଡା ନିକଟ ନୀଳଗିରି ଜଙ୍ଗଲରୁ ଶୁଭଦ୍ରା ଅମାନତ୍ୟଙ୍କ ଅର୍ଦ୍ଧ ନଗ୍ନ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଘଟଣାରେ ଜଣେ ନାବାଳକ ସହ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ପ୍ରଥମରୁ ଏହି ଘଟଣା ଅନର କିଲିଂ ବୋଲି ସନ୍ଦେହ କରୁଥିବା ବେଳେ ଏହି ବିଷୟରେ ପୁଲିସ ପାଟି ଖୋଲିନି। ବଂର ଏହାକୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାରରେ ଫସି ଯୁବତୀ ଜଣକ ପ୍ରାଣ ହରାଇଛନ୍ତି ବୋଲି କହିଛି।

publive-image

ସ୍ଥାନୀୟ ଏସଡିପିଓ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲ୍ଲୀ କହିଛନ୍ତି ଯେ ନୀଳଗିରି ଜଙ୍ଗଲରେ ଜବତ ହୋଇଥିବା ଯୁବତୀଙ୍କ ଅର୍ଦ୍ଧ ନଗ୍ନ ମୃତଦେହ କୌଣସି ଦୁଷ୍କର୍ମ କିମ୍ବା ହତ୍ୟାକାଣ୍ଡ ନୁହେଁ। ବରଂ ବାର୍‌ହା ଶିକାର ପାଇଁ ବିଛାଇଥିବା ତାରରେ ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁ ହୋଇଛି। ସେଥି ମଧ୍ୟରୁ ଚିଲିଗୁଡା ଗ୍ରାମର ମୃତ ସୁଭଦ୍ରାର ସାନ ଭାଇ ନାବାଳକ ଅମନ(ଛଦ୍ମନାମ) ଜଣେ ଅଭିଯୁକ୍ତ ରହିଥିବା ବେଳେ ଥିବା ଅନ୍ୟ ଜଣେ ନିଜ ସମ୍ପର୍କୀୟ ଭାଇ ଭୁବନ ଅମାନତ୍ୟ (୨୩)। ଅନ୍ୟ ଦୁଇ ହେଉଛନ୍ତି ବଡ଼ ମାଝିଆ ଗ୍ରାମର ପବିତ୍ର ଭତ୍ରା(୩୨) ବର୍ଷ ଓ ଭୁବନ ଭତ୍ରା (୩୦) ରହିଛନ୍ତି। ଏବେବି ଆଉ ଚାରି ଅଭିଯୁକ୍ତ ଫେରାର ଥିବା କହିଛନ୍ତି ଏସପି ଶ୍ରୀ ଗଣ୍ଟୁପାଲ୍ଲୀ । ଅଭିଯୋଗକାରୀଙ୍କ ଏତଲା କ୍ରମେ ଥାନାରେ ଏକ ମାମଲା କେସ ନମ୍ବର ୦୨ / ୦୨.୦୧.୨୨ ଦଫା ୩୦୨ ଓ ୨୦୧ ରୁଜୁ କରାଯାଇଛି।

publive-image

ଏସପି ଶ୍ରୀ ଗୁଣ୍ଟୁପାଲ୍ଲୀ କହିଥିଲେ ଯେ ଡିସେମ୍ବର ୩୦ ତାରିଖ ଦିନ ସୁଭଦ୍ରା ଅମାନତ୍ୟ ନିଜ ଗାଁ ଚିଲିଗୁଡାରୁ ରାତି ୯.୩୦ ମିନିଟରେ ନିଜ ପ୍ରେମିକକୁ ଭେଟିବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ କିଛି ଗାଁ ଲୋକ କାଜୁ ମିଲ ପାଖରୁ ସୁଭଦ୍ରା ଅମାନତ୍ୟଙ୍କ ପଛରେ ଆସୁଥିବା ଦେଖି ଭୟରେ ସୁଭଦ୍ରା ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲା। ଏହି ସମୟରେ ବାର୍‌ହା ଶିକାର ପାଇଁ ବିଛାଯାଇଥିବା ଲୁହା ତାରରେ ବିଦ୍ୟୁତ ସଂଯୋଗ ହେତୁ ଯୁବତୀ ସୁଭଦ୍ରା ଅମାନତ୍ୟ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲା। ତା ପର ଦିନ ଅର୍ଥାତ ୩୧ତାରିଖ ସକାଳୁ ବାର୍‌ହା ଶିକାର ପାଇଁ ତାର ବିଛାଇଥିବା ଲୋକେ ସୁଭଦ୍ରାର ମୃତ୍ୟୁ ହୋଇଥିବା ଦେଖି ମୃତଦେହକୁ ଏକ ଜଙ୍ଗଲରେ ଅର୍ଦ୍ଧ ନଗ୍ନ ଅବସ୍ଥାରେରେ ଫୋପାଡ଼ି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe