୫୨୩ ଲିଟର ଦେଶୀ ମଦ ଜବତ: ୪ ଗିରଫ

Advertisment

୧୬ ହଜାର ୮ ଶହ କେଜି ମହୁଲ ପୋଚ ବି ଜବତ

୧୬ ହଜାର ୮ ଶହ କେଜି ମହୁଲ ପୋଚ ବି ଜବତ

୫୨୩ ଲିଟର ଦେଶୀ ମଦ ଜବତ: ୪ ଗିରଫ

ରାଉରକେଲା: ଅବକାରୀ ପୁଲିସ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ଚଢ଼ଉବେଳେ ୫୨୩ ଲିଟର ଦେଶୀ ମଦ ଜବତ ହୋଇଛି। ଏହାସହ ଜବତ ହୋଇଥିବା ୧୬ ହଜାର ୮ ଶହ କେଜି ମହୁଲ ପୋଚକୁ ନଷ୍ଟ କରିଦିଆଯାଇଛି। ଦେଶୀ ମଦ ତିଆରି ଓ ବିକ୍ରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଚିରୋବେଡ଼ାର ରାହିଲ ମୁଣ୍ଡା, ବରସୁଆଁର କାଳିଆ ଏକ୍କା, ଭେଜାଡ଼ିହିର ଶିବନାଥ ଲୁହା ଓ ବଙ୍ଗୁରକେଲାର ମଙ୍ଗଳ ସିଂହ। ଚିରୋବେଡ଼ା, ଭେଜାଡିହି, ବରସୁଆଁ, ବଙ୍ଗୁରକେଲା ଆଦି ଅଞ୍ଚଳରେ ବହୁମାତ୍ରାରେ ଦେଶୀ ମଦ ତିଆରି ଓ ବିକ୍ରି ହେଉଥିଲା। ଏନେଇ ସୂଚନା ପାଇଁ ଅବକାରୀ ବିଭାଗ ଅତର୍କିତ ଚଢ଼ଉ କରିଥିଲା। ଚଢ଼ଉବେଳେ ଅଭିଯୁକ୍ତମାନେ ଦେଶୀ ମଦ ରାନ୍ଧିବାରେ ବ୍ୟସ୍ତ ଥିଲେ। ସେମାନଙ୍କୁ ଘଟଣାସ୍ଥଳରେ ହିଁ କାବୁ କରିନେଇଥିଲେ। ମାଜିଷ୍ଟ୍ରେଟ୍‌, ଏପିଆର୍‌ ଫୋର୍ସଙ୍କ ଉପସ୍ଥିତିରେ ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଚଢ଼ଉ କରାଯାଇଥିଲା।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe