୧୦ ଚକିଆ ଟ୍ରକରୁ ୫୦ ଲକ୍ଷର ଗଞ୍ଜେଇ ଜବତ, ୪ ଗିରଫ

Advertisment
୧୦ ଚକିଆ ଟ୍ରକରୁ ୫୦ ଲକ୍ଷର ଗଞ୍ଜେଇ ଜବତ, ୪ ଗିରଫ

ସେମିଳିଗୁଡା: କରୋନା ମହାମାରୀ ଯୋଗୁ ରାଜ୍ୟରେ ଲକ ଡାନ ଘୋଷଣା କରାଯାଇଥିବାରୁ ଏହାର ସୁଯୋଗ ଉଠାଉଛନ୍ତି ଗଞ୍ଜେଇ ମାଫିଆ। ପ୍ରାୟ ପ୍ରତ୍ୟେକ ଦିନ କୋରାପୁଟ ଜିଲ୍ଲାରୁ ଗଞ୍ଜେଇ ଜବତ ହେଉଥିବା ବେଳେ ଆଜି ପୁଣି ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ସହିତ ୪ ଚାଲାଣକାରୀଙ୍କୁ ମାଡି ବସିଛି ସେମିଲିଗୁଡା ପୁଲିସ ।

ଆଜି ସକାଳ ସମୟରେ ନନ୍ଦପୁରରୋଡ଼ର ଖରାଗୁଡା ଛକ ଠାରେ ୟୁପି ୬୭ ଏଟି ନମ୍ବର ବିଶିଷ୍ଟ ଗୋଟିଏ ୧୦ ଚକିଆ ଟ୍ରକକୁ ଯାଞ୍ଚ କରିବାରୁ  ବିହାର ଚାଲାଣ ହଉ  ଥିବା  ପ୍ରାୟ  ୧୦୮୦ କେଜି ଗଞ୍ଜେଇ ଧରାପଡ଼ିଥିଲା । ଏହାସହିତ ଟ୍ରକକୁ ପେଟ୍ରୋଲି କରୁଥିବା ଜେଏଚବି ଡବ୍ଲୁ ୦୫୦୬ ନମ୍ବର ଯୁକ୍ତ  ସ୍କୋର୍ପିଓ ଗାଡି କୁ ଜବତ କରାଯାଇଛି। ଏହାସହ ୪ ଅନ୍ତରାଜ୍ୟ ଗଞ୍ଜେଇ ଚୋରା ଚାଲାଣ କାରୀ ଅନିକେତ ସିଂ, ଶଶି ଶେଖର ସିଂ, ପ୍ରଶାନ୍ତ କୁମାର ରାୟ,  ସୁନୀଲ ଯାଦବଙ୍କୁ ଗିରଫ ସମସ୍ତ ଅଭିଯୁକ୍ତ ବିହାରର ବୋଲି ଜଣାପଡିଛି।

ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପ୍ରକାଶ କରିଛି। ସେମିଲିଗୁଡା ତହସିଲଦାର ଶରତ ମାଝିଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇ ଥିବା ବେଳେ କେସ ନମ୍ବର  ୫୪/୨୧ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଂକୁ କୋର୍ଟ ଚାଲାଣ କରାଯାଇଛି। ସେମିଲିଗୁଡା ପୁଲିସ ପକ୍ଷରୁ ଆଇଆଇସି କ୍ଷୀରେଶ୍ୱର ସାହୁଙ୍କ ସମେତ ଏସ ଆଇ ଶରତ ବିଷୋୟୀ, ହାବିଲଦାର ଏମ କେ ବାଘ, କନେଷ୍ଟବଳ ଏମ ଏସ ମୁଦୁଲି, ଏନ ମୁଦୁଲି ଓ ଏସ ମାଝୀ ପ୍ରମୁଖ ଯାଞ୍ଚରେ ସାମିଲ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe