ନବରଙ୍ଗପୁର ସହର ଉପକଣ୍ଠରେ ୪ଟି ଭାଲୁ, ଭିଡିଓ ଭାଇରାଲ 

Advertisment
ନବରଙ୍ଗପୁର ସହର ଉପକଣ୍ଠରେ ୪ଟି ଭାଲୁ, ଭିଡିଓ ଭାଇରାଲ 
ନବରଙ୍ଗପୁର:  ନବରଙ୍ଗପୁର ଜିଲ୍ଲାରେ ଏବେ ଦିନ ଦିପହର ରେ ରାସ୍ତା କଡରେ ବୁଲୁଛନ୍ତି ଭାଲୁ ।  ନବରଙ୍ଗପୁର ସହର ଠାରୁ ମାତ୍ର ପ୍ରାୟ ୭ କିମି ଦୁରରେ ନନ୍ଦାହାଣ୍ଡି ବ୍ଲକର ସିନ୍ଧିଗୁଡା-ସରଗୁଡା ମଧ୍ୟ ରେ ମୁଖ୍ୟ ରାସ୍ତା କଡରେ ଏକା ଥରକେ ୪ଟି ଭାଲୁ ବୁଲୁଥିବା ଦେଖାଦେଇଥିଲା।
ଗତ କାଲି ସଂଧ୍ୟା ସମୟରେ ରାସ୍ତାରେ ଯାଉଥିବା ଯାତ୍ରୀମାନେ ବୁଲୁଥିବା ଭାଲୁର ମୋବାଇଲ ରେ ଭିଡିଓ କରି ବିଭିନ୍ନ ସମାଜିକ ଗଣମାଧ୍ୟମରେ ଭାଇରାଲ କରିଥିବା ଦେଖିବାକୁ ମିଳିଛି । ଏବେ ଗ୍ରାମ୍ୟ ଜଙ୍ଗଲ କାଟୁଥିବା ଯୋଗୁଁ ଏବଂ କାଜୁ ଜଙ୍ଗଲରେ ଏବେ ଭାଲିଆ ପାଣ୍ଡୁ ଧରିଥିବାରୁ  ଭାଲୁ କାଜୁ ଜଙ୍ଗଲ ମୁହାଁ ହୋଇଥିବାର ଦେଖା‌ଦେଇଛି। ସିନ୍ଧିଗୁଡା-ସରଗୁଡା ରାସ୍ତା ଟି ନବରଙ୍ଗପୁର ସହର ଠାରୁ ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ଯିବା ମୁଖ୍ୟ ରାସ୍ତା ଅଟେ। ଏହିୁ ରାସ୍ତା ଦେଇ  ଦୈନନ୍ଦିନ ଶହ ଶହ ସଂଖ୍ୟାରେ ଯାନବାହନ ଚଳାଚଳ କରୁଛି । ଭାଲୁ କୁ ସହରର ଅତି ନିକଟରେ ଦେଖା ଯାଉଥିବା ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି l  ଲୋକେ ଭୟଭୀତ ହେବା ସହ  ଭାଲୁ ମାନଙ୍କ ସୁରକ୍ଷା ମଧ୍ୟ ଚିନ୍ତାର ବିଷୟ ପାଲଟିଛି l  ଭାଲୁ ଗୁଡ଼ିକ ମଣିଷ ମାନଙ୍କ ଅତି ନିକଟ ରେ ଚଳ ପ୍ରଚଳ ହେଉଥିଲେ ମଧ୍ୟ କାହାରିକୁ କୌଣସି କ୍ଷତି କରି ନାହାନ୍ତି। ପ୍ରତିଦିନ ଜିଲ୍ଲାରେ କ୍ରମାଗତ ଭାବେ ଜଙ୍ଗଲ କ୍ଷୟ ହେବାକୁ ଲାଗିଛି ଏବଂ ଜଙ୍ଗଲ ନିଆଁ ଲାଗୁଥିବା ଯୋଗୁଁ ଖାଦ୍ୟ ଅଭାବ ଦେଖାଯିବା ରୁ ଭାଲୁ ମାନେ ଖାଦ୍ୟ ଅନ୍ୱେଷଣ ରେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯିବା ଆସିବା କରିବା ସହ ସହର ଓ ଗ୍ରାମ ମୁହାଁ ହେଉଛନ୍ତି। ଏହି ଚାରୋଟି ଭାଲୁ ବାରମ୍ବାର ନାନ୍ଦାହାଣ୍ଡି ବ୍ଲକ ଅଞ୍ଚଳରେ ଦେଖାଯାଉଥିବା ବେଳେ କାହାର କିଛି କ୍ଷତି ହୋଇ ନାହି ତଥାପି ଭାଲୁ ଚାରୋଟି କୁ ସୁରକ୍ଷିତ ସ୍ଥାନକୁ ବନବିଭାଗ  ସ୍ଥାନାନ୍ତରିତ କରିବାକୁ ଲୋକଙ୍କ ଦାବି ହେଉଛି l
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe