ସ୍କୁଟି-ବାଇକ୍‌ ଜାଳିଦେଲେ, ଥାନା‌ରେ ୪ ଯୁବକ ଅଟକ

ସ୍କୁଟି-ବାଇକ୍‌ ଜାଳିଦେଲେ, ଥାନା‌ରେ ୪ ଯୁବକ ଅଟକ

ରାଉରକେଲା: ଗତକାଲି ବିଳମ୍ବିତ ରାତିରେ ବାସନ୍ତୀ କଲୋନି ମାଲଗୋଦାମ ବସ୍ତିରେ ସ୍କୁଟି ଓ ବାଇକ୍‌ରେ କିଛି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିଲେ। ଦୁଇଟି ଗାଡିର ୭୦ ପ୍ରତିଶତ ଜଳିଯାଇଛି। ଉଦିତନଗର ପୁଲିସ ଜଳିଯାଇଥିବା ସ୍କୁଟି ଓ ବାଇକ୍‌କୁ ଜବତ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁର୍ବୃତ୍ତମାନେ ଏହି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି। ପୁଲିସ ଚାରି ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି।

ବାସନ୍ତୀ କଲୋନି ମାଲଗୋଦାମ ଇଏଲ୍‌-୧୪୦ ହନୁମାନ ମନ୍ଦିର ନିକଟରେ ରହନ୍ତି ଆକାଶ କୁମାର ଠାକୁର। ଘର ସମ୍ମୁଖରେ ବାଇକ୍‌ ଓ ସ୍କୁଟି ରଖିଥିଲେ। ରାତି ପ୍ରାୟ ୧୧ଟାରୁ ୧୨ଟା ମଧ୍ୟରେ କିଛି ଅଜ୍ଞାତ ଯୁବକ ବାଇକ୍‌ ଓ ସ୍କୁଟି ପାଖକୁ ଆସିଥିଲେ। କିଛି ସମୟ ଛିଡା ହେବା ପରେ ନିଆଁ ଲଗାଇ ଚମ୍ପଟ ମାରିଥିଲେ। ପଡୋଶୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପୂର୍ବରୁ ଦୁଇଟି ଗାଡିର ୭୦ ପ୍ରତିଶତ ଜଳିଯାଇଥିଲା। ପୁଲିସ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ ସ୍ଥାନୀୟ ଅଞ୍ଚଳର ୪ ଯୁବକକୁ ଧରି ଥାନାକୁ ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe