ନକ୍ସଲ ନାରେ ସରପଞ୍ଚଙ୍କ ଠାରୁ ଆଦାୟ କରିଥିଲେ ୫୦ ହଜାର ଟଙ୍କା, ୪ ନକଲି ନକ୍ସଲ ଗିରଫ

Advertisment

ବନ୍ଧୁକ ସହ ମୋବାଇଲ-ବାଇକ୍‌ ଜବତ

ବନ୍ଧୁକ ସହ ମୋବାଇଲ-ବାଇକ୍‌ ଜବତ

ନକ୍ସଲ ନାରେ ସରପଞ୍ଚଙ୍କ ଠାରୁ ଆଦାୟ କରିଥିଲେ ୫୦ ହଜାର ଟଙ୍କା, ୪ ନକଲି ନକ୍ସଲ ଗିରଫ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାକିରିଗୁମ୍ମା ଥାନା ଆଇଆଇସି ଧିରେନ ପଟ୍ଟନାୟକଙ୍କ ନେତୃତ୍ୱରେ ୪ଜଣ ନକଲି ନକ୍ସଲଙ୍କୁ ଗିରଫ କରିଥିବା ଲକ୍ଷ୍ମୀପୁର ଏସଡିପିଓ ଅଶ୍ୱିନୀ କୁମାର ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତ। ସମସ୍ତ ନକଲି ନକ୍ସଲଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୦ ହଜାର ଟଙ୍କା, ଗୋଟିଏ ମୋବାଇଲ, ମାଓ ପୋଷ୍ଟର, ଗୋଟିଏ ଦେଶି ବନ୍ଧୁକ ଓ ଗୋଟିଏ ବାଇକ ଜବତ କରାଯାଇଛି।

publive-image

ଭିତରଗଡ ସରପଞ୍ଚ ଶ୍ରୀଧର ଜାନିଙ୍କୁ ଗତ ୨୮ତାରିଖ ଦିନ ଫୋନ କରି ଏକ ଲକ୍ଷ ଟଙ୍କା ଆମକୁ ଦିଅ ଆମେ ଗୁଳି ବନ୍ଧୁକ କିଣିବୁ ବୋଲି କହି ସରପଞ୍ଚଙ୍କ ଗିର୍ଲିପୁଟ ଗ୍ରାମରେ ମାଓବାଦୀ ଲେଖାଥିବା ଦୁଇଟି ପୋଷ୍ଟର ମାରିଥିଲେ। ପ୍ରାଣଭୟରେ ସରପଞ୍ଚ ସେମାନଙ୍କୁ ୫୦ ହଜାର ଟଙ୍କା ଅକ୍ଟୋବର ୨ ତାରିଖ ଦିନ ନେଇ ଝୋଲାଗୁଡା ଜଙ୍ଗଲରେ ଦେଇଥିଲେ। ପରେ ପୁଣି ୬ ତାରିଖ ଦିନ ମୋବାଇଲ (୭୮୫୨୯୩୬୦୩୮)ରୁ ଫୋନ କରି ତୁରନ୍ତ ବାକି ୫୦ ହଜାର ଟଙ୍କା ଦିଅ ବୋଲି ଧମକାଇବା ପରେ ସରପଞ୍ଚ କାକିରିଗୁମ୍ମା ଥାନାର ଦ୍ୱାରସ୍ଥ ହୋଇଥିଲେ।

ଏନେଇ କାକିରିଗୁମ୍ମା ଆଇଆଇସି ଧିରେନ ପଟନାୟକ ଏକ ମାମଲା ରୁଜୁ କରିବା ସହ ତାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଗଠନ ହୋଇ ବିଭିନ୍ନ ସ୍ଥାନରେ ଚଢାଉକରି ଫୋନ୍‌ ଟ୍ରାକିଂ କରାଉଥିଲେ। ପ୍ରଥମେ ସେମିଳିଗୁଡା ବ୍ଲକ ଉପର କାଣ୍ଟି ଗ୍ରାମର ଗୋବିନ୍ଦ ଜାନି ମୋଟର ସାଇକେଲ୍‌ରେ ଯିବା ଆସିବା କରୁଥିବା ବେଳେ ସନ୍ଦେହରେ ଆଣି ପଚରା ଉଚୁରା କରିବା ପରେ ସମସ୍ତ ସୁରାକ୍‌ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe