ବାଲିଆପାଳ: ବାଲେଶ୍ୱର ଜିଲ୍ଲା ବାଲିଆପାଳ କଙ୍କଡ଼ାପାଳ ମୁହାଣ ନିକଟରୁ ଆଜି ସନ୍ଧ୍ୟାରେ ଏକ ୪ ଫୁଟ୍ ଲମ୍ବର ଏକ ଡଲଫିନ୍ ଉଦ୍ଧାର କରାଯାଇଛି। ଡଲଫିନ୍ଟି ମୁହାଣ କୂଳରେ ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଡଲଫିନ୍ର ପାଟିରୁ ରକ୍ତ ବାହାରୁଥିଲା। ସ୍ଥାନୀୟ ଲୋକେ ଏହାକୁ ଉଦ୍ଧାର କରି ବଂଚାଇବାକୁ ଚେଷ୍ଟା କରିଥିଲେ। ହେଲେ କିଛି ସମୟ ପରେ ଡଲଫିନ୍ଟି ମରି ଯାଇଥିଲା। ପରେ ଏନେଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଆସି ମୃତ ଡଲଫିନ୍ଟିକୁ ଜବତ କରିଥିଲା।
ବାଲିଆପାଳ କଙ୍କଡ଼ାପାଳ ମୁହାଣ ନିକଟରୁ ୪ ଫୁଟ୍ର ଡଲଫିନ୍ ଉଦ୍ଧାର
Advertisment
Follow Us