ଘାଟି ଉପରେ ଅଟୋ ଓଲଟି ୪ ଆହତ

Advertisment
ଘାଟି ଉପରେ ଅଟୋ ଓଲଟି ୪ ଆହତ

Sambad

ସେମିଳିଗୁଡା: କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁର୍ଗମ କାଣ୍ଟି ପଞ୍ଚାୟତର ଟାଙ୍କୁବେଡା ଗଡ଼ାଣିରେ ଗୋଟିଏ ଯାତ୍ରୀବାହି ଅଟୋ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଅଟୋରେରେ ବସିଥିବା ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୂଚନାରୁ ପ୍ରକାଶ ଯେ, ଆଜି ସକାଳ ପ୍ରାୟ ୯ ଟା ସମୟରେ ପାକଝୋଲା ପଞ୍ଚାୟତର ଅଲିଗାଁ ଗ୍ରାମର ପ୍ରାୟ ୭ ଜଣ ଗୋଟିଏ  ଅଟୋ ଯୋଗେ ନାରାୟଣପାଟଣା ବ୍ଲକର ତଳଗୁମଣ୍ଡି ଅଞ୍ଚଳକୁ କୌଣସି କାର୍ଯ୍ୟରେ ବାହାରିଥିଲେ ତେବେ ତଳମାଳି ପାହାଡ଼ ଗଡ଼ାଣି ଗଡ଼ିବା ପରେ ଟାଙ୍କୁବେଡା ରାସ୍ତା ପାଖ ଘାଟି ଉପରେ ଥିବା ମୋଡ଼ ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ  ଅଲିଗାଁର ସଦା ସିରକା, ସଦାଶିବ ପୂଜାରୀ, ନରସିଂହ ପଟ୍ଟନାୟକ ଓ ଗୋପୀ ପୂଜାରୀଙ୍କ ମୁଣ୍ଡ ଓ ଗୋଡ଼ରେ  ଗୁରୁତର ଆଘାତ ଲାଗିଥିଲା।

ଦୁର୍ଘଟଣାସ୍ଥଳରେ ମୋବାଇଲ ନେଟୱାର୍କ ନଥିବାରୁ କାହା ପାଖକୁ ସୂଚନା ଦେଇ ନପାରି ସମସ୍ତ ଆହତ ବ୍ୟକ୍ତି ମାନେ ଯନ୍ତ୍ରଣାରେ ରାସ୍ତା ଉପରେ ବସିଥିବା ବେଳେ ଉକ୍ତ ରାସ୍ତା ଦେଇ  ନାରାୟଣପାଟଣା ଯାଉଥିବା ସେମିଳିଗୁଡାର ଯୁବ ସମାଜସେବୀ ଅଶୋକ ପ୍ରଧାନ ଆହତ ମାନଙ୍କୁ ଉଦ୍ଧାର କରି ନିଜ ବୋଲେରୋ ଗାଡିରେ ସୁନାବେଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତିନି ଜଣଙ୍କର ଆଘାତ ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe