ଝାଡ଼ାବାନ୍ତିରେ ୪ ଶିଶୁ ଆକ୍ରାନ୍ତ, ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି

Advertisment
ଝାଡ଼ାବାନ୍ତିରେ ୪ ଶିଶୁ ଆକ୍ରାନ୍ତ, ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି

Sambad

ବୈପାରିଗୁଡା: ଚାରି ଜଣ ଶିଶୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାରୁ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତର ଖଙ୍ଗାରପାର ଗ୍ରାମର ଭାସ୍କର ନାୟକଙ୍କ ଦୁଇ ଝିଅ ପ୍ରମିଳା ନାୟକ (୧୨) ଏବଂ ଭବାନୀ ନାୟକ (୮) ନିକଟସ୍ଥ ବନଗୁଡା ପ୍ରାଥମିକ ବିଦ୍ୟାଳୟରେ ପଢନ୍ତି। ତେବେ ଗତକାଲି ସେମାନେ ସ୍କୁଲରୁ ଫେରିବା ପରେ ପ୍ରମିଳାକୁ ପ୍ରଥମେ ବାନ୍ତି ହୋଇଥିଲା। ଏହାପରେ ବାନ୍ତି ସହ ଝାଡ଼ା ମଧ୍ୟ ହୋଇଥିଲା। କିଛି ସମୟ ପରେ ଭବାନୀକୁ ମଧ୍ୟ ଝାଡ଼ାବାନ୍ତି ଆରମ୍ଭ ହୋଇଯିବାରୁ ବାପା ଭାସ୍କର ନାୟକ ତୁରନ୍ତ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସହ ଯୋଗାଯୋଗ କରିଥିଲେ। ଦୁଇ ଝିଅକୁ ଆଣିବା ପାଇଁ ଆମ୍ବୁଲାନ୍ସ ଭାସ୍କରଙ୍କ ଘରେ ପହଞ୍ଚିଥିଲା। ଏହି ସମୟରେ ଭାସ୍କରଙ୍କ ତୃତୀୟ ଝିଅକୁ ମଧ୍ୟ ମୀନାକ୍ଷୀ (୪) ଙ୍କୁ ମଧ୍ୟ ବାନ୍ତି ଆରମ୍ଭ ହୋଇଯାଇଥିଲା।

ତେବେ ତିନି ଝିଅଙ୍କୁ ଆମ୍ବୁଲାନ୍ସ ଯୋଗେ ବୈପାରିଗୁଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ରାତି ପ୍ରାୟ ଆଠଟା ବେଳେ ସାଧ ଝିଅ ମନିଷା (୨) ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାରୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଆଜି ସାନ ଝିଅ ମନିଷାର ସ୍ବାସ୍ଥ୍ୟରେ ଉନ୍ନତି ଘଟିଥିବା ଜଣାପଡିଛି। ଅନ୍ୟ ତିନି ଜଣ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ରହିଛନ୍ତି। ଡ଼ାକ୍ତରଙ୍କ କହିବା ଅନୁଯାୟୀ ଦୂଷିତ ଜଳ ବ୍ୟବହାର ଫଳରେ ଏମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥାଇ ପାରନ୍ତି କିମ୍ବା ଖାଦ୍ୟ ହଜମ ନହେବା ଫଳରେ ଝାଡ଼ାବାନ୍ତି ହୋଇଥାଇ ପାରେ। ତେବେ ଏହା ସଂକ୍ରମଣ ଜନିତ ନୁହେଁ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe