ପୁଲିସ ଓ ପରିବହନ ବିଭାଗର ମିଳିତ ଯାଂଚ; ୪ଲକ୍ଷ ୨୧ ହଜାର ୫ଶହ ଟଙ୍କା ଜରିମାନା ଆଦାୟ

ପୁଲିସ ଓ ପରିବହନ ବିଭାଗର ମିଳିତ ଯାଂଚ; ୪ଲକ୍ଷ ୨୧ ହଜାର ୫ଶହ ଟଙ୍କା ଜରିମାନା ଆଦାୟ

Sambad

ଜୟପୁର: ଦୀର୍ଘ ଦିନର ଅନ୍ତରାଳରେ ଗେଟଗୁଡା ଛକରେ ଆଜି ପୁଣି କୋରାପୁଟ ଆଂଚଳିକ ପରିବହନ କାର୍ଯ୍ୟାଳୟ ଓ ଜୟପୁର ଟାଉନ ଓ ସଦର ପୁଲିସ ପକ୍ଷରୁ ମିଳିତ ଭାବେ ଯାନବାହନର କାଗଜପତ୍ର, ହେଲମେଟ୍, ପଲ୍ୟୁସନ୍, ଡ୍ରାଇଭିଂ ଲାଇସେନ୍ସ, ମଦ୍ୟପାନ, ନାବାଳକ ଚାଳକ ଆଦିର ଯାଂଚ କରାଯାଇଥିଲା। ଏଥିରେ ଜୋରିମାନା ବାବଦକୁ ୪ଲକ୍ଷ ୨୧ ହଜାର ୫ଶହ ଟଙ୍କା ଆଦାୟ କରାଯାଇଛି। କୋରାପୁଟ ଆଂଚଳିକ ପରିବହନ କାର୍ଯ୍ୟାଳୟର ଅତିରିକ୍ତ ଆରଟିଓ, ଏମ୍ଭି‌ଆଇ, ଜୟପୁର ଟାଉନ ଥାନା ଓ ସଦର ଥାନାର କର୍ମଚାରୀମାନେ ଭାଗ ନେଇଥିଲେ।

publive-image Sambad

ଏଥିରେ କୋରାପୁଟ ଆରଟିଓ ପକ୍ଷରୁ ୮୦ ଜଣଙ୍କ ଠାରୁ ୩ ଲକ୍ଷ ୭୫ ହଜାର ଓ ଉଭୟ ଥାନା ପକ୍ଷରୁ ୪୬ ଟି ମାମଲା ରୁଜୁ କରାଯାଇ ୪୬ ହଜାର ଜୋରିମାନା ଆଦାୟ କରାଯାଇଥିବା ଏସ୍ଡି‌ପିଓ ଅରୁପ ଅଭିଶେଖ୍‌ ବେହେରା ସୂଚନା ଦେଇଛନ୍ତି। ସେଭଳି ୨ଜଣ ମଦ୍ୟପ ବାଇକ୍ ଚାଳକ, ଜଣେ ନାବାଳକ ଚାଳକ ଓ ଗାଡ଼ିକୁ ପୁଲିସ ଅଟକ ରଖିଛି। ସେଭଳି ୧୦ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ୩ ମାସ ପାଇଁ ବାତିଲ କରିଥିବା ଏସ୍ଡି‌ପିଓ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe