ଭତ୍ତାରୁ ବଞ୍ଚିତ ଚାରି ହିତାଧିକାରୀ ବବିତା, ରିବିକା, ପାର୍ବତୀ ଓ ଗୋରୀମଣୀ

Advertisment
ଭତ୍ତାରୁ ବଞ୍ଚିତ ଚାରି ହିତାଧିକାରୀ ବବିତା, ରିବିକା, ପାର୍ବତୀ ଓ ଗୋରୀମଣୀ

Sambad

ଜୟପୁର: ବହୁ ଯୋଗ୍ୟ ହିତାଧିକାରୀ ଆବେଦନ କରି ବାରମ୍ବାର ପୌରପାଳିକାକୁ ଦୌଡି ନୟାନ୍ତ ହେବା ପରେ ବି ଭତ୍ତା କିମ୍ବା ସରକାରୀ ଯୋଜନାର ସୁଫଳ ପାଇ ପାରୁନାହାନ୍ତି। ଭତ୍ତା ପାଇଁ ଅପେକ୍ଷା କରି କରି ଏହାରି ମଧ୍ୟରେ ବହୁ ହିତାଧିକାରୀ ଏହାରି ମଧ୍ୟରେ ଆରପାରିକୁ ବି ଚାଳି ଯାଇଛନ୍ତି। ଭତ୍ତା ପାଇଁ ଅପେକ୍ଷା କରି ରହିଛନ୍ତି ୮ନଂ ୱାର୍ଡ ଢ଼େପଗୁଡାର ୪ଜଣ ବିଧବା ମହିଳା ବବିତା ଟାକ୍ରି, ରିବିକା ସୁନା, ପାର୍ବତୀ ଧାନଫୁଲ ଓ ଗୋରିମଣି ବାଘ। ଢ଼େପଗୁଡାର ବବିତା ଟାକ୍ରି (୩୭)ଙ୍କ ସ୍ବାମୀ ଯଶସ୍ବୀ ଟାକ୍ରି ଗତ ୪ବର୍ଷ ତଳେ ଅଚାନକ ଭାବେ ଗୁରୁତର ହୋଇ ମରି ଯାଇଥିଲେ। ସେଭଳି ରିବିକା ସୁନା(୩୯)ଙ୍କ ସ୍ବାମୀ ବିନୋଦ ସୁନା, ପାର୍ବତୀ ଧାନଫୁଲ(୪୨)ଙ୍କ ସ୍ବାମୀ ଜୟେଶ ଧାନଫୁଲ ବି ଗତ ୫ବର୍ଷ ତଳେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ।

publive-image Sambad

ଗୋରିମଣି ବାଘ(୫୭)ଙ୍କ ସ୍ବାମୀ ମଦନ ବାଘ ୬ବର୍ଷ ତଳେ ଆରପାରିକୁ ଚାଳି ଯାଇଥିଲେ। ଏହାପରେ ଏହି ୪ ମହିଳା ପରିବାର ଚଳାଇବା ଭାର ମୁଣ୍ଡରେ ପଡ଼ିଥିଲା। ଏହି ଚାରି ଜଣଙ୍କର ବଞ୍ଚିବା ପାଇଁ ସଂଘର୍ଷ ଆରମ୍ଭ ହେବା ସହ ଦୁଃଖର ପାହାଡ଼ ପଡ଼ିଛି। ସ୍ବାମୀ ମାନଙ୍କ ମୃତ୍ୟ ପରେ ଏମାନେ ଜାତୀୟ ପରିବାର ମଙ୍ଗଳ ଯୋଜନାରୁ ୨୦ହଜାର ଟଙ୍କା ଦେବା ପାଇଁ ଆବେଦନ କରିଥିଲେ। ତେବେ ଏବେ ପର୍ଯ୍ୟନ୍ତ କାହାରିକୁ ବି ଏହି ଟଙ୍କା ମିଳି ନାହିଁ। ଏହାସହ ଏମାନେ ବିଧବାଭତ୍ତା ପାଇଁ ଆବେଦନ କରିଥିଲେ ତାହା ବି ମିଳିନି। ଏମାନେ କିଛି ଘରେ ବାସନକୁସନ୍ ମାଝୀ ନିଜେ ବହୁ କଷ୍ଟରେ ଚଳି ଆସୁଛନ୍ତି ବୋଲି ଏମାନେ କହିଛନ୍ତି। ଖାସ କରି ଏଭଳି ଅସହାୟ ବିଧବା ମହିଳାଙ୍କୁ ତୁରନ୍ତ ସମସ୍ତ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରି ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଘର, ଜାତୀୟ ପରିବାର ମଙ୍ଗଳ ଯୋଜନାରେ ଆର୍ଥିକ ସହାୟତ ସହ ଭତ୍ତା ପ୍ରଦାନ କରିବାକୁ ନିର୍ଦେଶ ରହିଛି। ତେବେ ୪ରୁ ୬ବର୍ଷ ପରେ ବି ଏମାନେ ଏସବୁ ଯୋଜନାରେ ସାମିଲ ନହେବା ସରକାରୀ ଯୋଜନା ପ୍ରତି ଉପହାସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe