ବିଦ୍ୟାଳୟ ତାଲା ଭାଙ୍ଗି ଚାରି ବସ୍ତା ଚାଉଳ ଚୋରି ଅଭିଯୋଗ

ବିଦ୍ୟାଳୟ ତାଲା ଭାଙ୍ଗି ଚାରି ବସ୍ତା ଚାଉଳ ଚୋରି ଅଭିଯୋଗ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧାମନାଗୁଡା ପଞ୍ଚାୟତ ଅନ୍ତର୍ଗତ ନାଗଯୋଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ବିଳମ୍ବିତ ରାତିରେ ଚାଉଳ ଚୋରି ହୋଇଥିବା ଜଣାପଡିଛି। ଘଟଣା ନେଇ ପ୍ରଧାନ ଶିକ୍ଷକ ଡାବୁଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।

ସୂଚନା ପ୍ରକାରେ ନାଗଯୋଡ଼ି ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ୧୩ ବସ୍ତା ଚାଉଳ ଶ୍ରେଣୀ ଗୃହରେ ଗଛିତ କରି ରଖିଥିଲେ। ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ତାଲା ଭାଙ୍ଗି ୪ବସ୍ତା ଚାଉଳ ଚୋରି କରି ନେଇ ଯାଇଥିଲେ। ଶୁକ୍ରବାର ସକାଳୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ତାଲା ଭାଙ୍ଗି ଚାଉଳ ଚୋରି ହୋଇଥିବା ଜାଣିବା ପରେ ପ୍ରଧାନଶିକ୍ଷକ ଙ୍କୁ ସୂଚନା ଦେଇଥିଲେ। ପ୍ରଧାନଶିକ୍ଷକ ଘଟଣା ସମ୍ପର୍କରେ ଡ଼ାବୁଗାଁ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ଡ଼ାବୁଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି। ଏଠାରେ ପ୍ରକାଶ ଯେ ଉକ୍ତ ବିଦ୍ୟାଳୟରେ କିଛି ବର୍ଷ ଆଗରୁ ମଧ୍ୟ ଦୁର୍ବୁତ୍ତମାନେ ତାଲା ଭାଙ୍ଗି ଚାଉଳ ଚୋରି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe