୧୧୦ କିଲୋ ଗଂଜଇ ଜବତ, ୪ ଗିରଫ

Advertisment
୧୧୦ କିଲୋ ଗଂଜଇ ଜବତ, ୪ ଗିରଫ

ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛି ବଡ଼ ସଫଳତା ମିଳିଛି। ଗଂଜେଇ ଜବତ କରିବା ସହ ୪ ଜଣ ଆସାମୀକୁ ଗିରଫ କରିଛି। ମାଲକାନଗିରି ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଥିଲା ଯେ ପରିବା ବୋଝେଇ ପିକ୍‌ଅପ ଭ୍ୟାନରେ ଗଂଜେଇ ଯାଉଛି। ତୁରନ୍ତ ପୁଲିସ ସଂପୃକ୍ତ ଭ୍ୟାନକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରେ ଗଂଜେଇ ରହିଥିବା ଜାଣିବାକୁ ପାଇଲା। ତୁରନ୍ତ ଗଂଜେଇ ଜବତ କରିବା ସହ ଗଂଜେଇ ଚାଲାଣ କରୁଥିବା ୪ ଜଣ ଆସାମୀଙ୍କୁ ଗିରଫ କରିଥିଲା। ଗଂଜେଇ ଓଜନ କରିବା ପରେ ସେଥିରେ ୧୧୦ କିଲୋ ଗଂଜେଇ ରହିଥିବା ପୁଲିସ ଜାଣିବାକୁ ପାଇଥିଲା।

ତେବେ ଏହି ଗଂଜେଇ ଚାଲାଣ କରୁଥିବା ଆସାମୀ ମାନେ ହେଲେ ମାଲକାନଗିରି ରିକ୍ଲାମେସନ କଲୋନିର ସୁଶାନ୍ତ କୁମାର ମହାନ୍ତି(୩୦), ରାମକୃଷ୍ଣ ନଗରର ବସନ୍ତ ପଡିଆମି(୩୬), କର୍ଣ୍ଣାଟକ ଅଂଚଳର ସାୟଦ ଲାଇକ(୨୪) ଏବଂ ମହମ୍ମଦ ଅବରାର(୪୦)। ଏମାନଙ୍କ ଠାରୁ ପୁଲିସ ୪ଟି ମୋବାଇଲ ଫୋନ, ୪୮ ହଜାର ଟଂକା ନଗଦ ଏବଂ ଏକ ବାଇକ୍‌ ମଧ୍ୟ ଜବତ କରିଛି। ପୁଲିସ ଚାରି ଜଣ ଆସାମୀକୁ କୋର୍ଟ ଚାଲାଣ କରିଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe