ଟ୍ରକ୍ ଧକ୍କାରେ ଅଟୋ ଚାଳକଙ୍କ ସମେତ ୪ ଗୁରୁତର

Advertisment
ଟ୍ରକ୍ ଧକ୍କାରେ ଅଟୋ ଚାଳକଙ୍କ ସମେତ ୪ ଗୁରୁତର

ଆଳି: କଟକ-ଚାନ୍ଦବାଲି ରାସ୍ତାର ଛପୋଲିଆ ନିକଟରେ ଏକ ମାଲବାହୀ ଟ୍ରକ୍ ଧକ୍କାରେ ବ୍ୟାଟେରି ଚାଳିତ ଅଟୋରିକ୍ସା ଭାଙ୍ଗି ଛାରଖାର ହୋଇଛି। ଏହି ଦୁର୍ଘଟଣାରେ ଅଟୋ ଚାଳକଙ୍କ ସମେତ ୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ଘଟଣାରୁ ଜଣାପଡିଛି ଯେ, ଆଜି ସକାଳ ୯ଟା ବେଳେ ଏକ ବ୍ୟାଟେରି ଚାଳିତ ଅଟୋରିକ୍ସାରେ ରାଜକନିକା ଥାନା ପାତୁଳି ଗ୍ରାମର ଅଟୋ ଚାଳକ କାହ୍ନୁ ମଲିକ ପେଗରପଡା ଗ୍ରାମର ଜନୈକା ବୃଦ୍ଧାରୋଗୀଙ୍କ ସହିତ ତାଙ୍କର ଦୁଇଜଣ ସମ୍ପର୍କୀୟଙ୍କୁ ନେଇ କେନ୍ଦ୍ରାପଡା ଅଭିମୁଖେ ଯାଉଥିଲେ। କଟକ-ଚାନ୍ଦବାଲି ରାସ୍ତାର ଛପୋଲିଆ ନିକଟରେ ଏକ ମାଲବାହୀ ଟ୍ରକ୍ ଅଟୋରିକ୍ସାକୁ ପଛପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଅଟୋରିକ୍ସା ଭାଙ୍ଗି ଖଣ୍ଡବିଖଣ୍ଡ ହୋଇଯାଇଥିବା ବେଳେ ସମସ୍ତ ଆହତମାନଙ୍କୁ କଟକ ଓ କେନ୍ଦ୍ରାପଡାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe