ବାଗଲପୁର ପରେ ଏବେ ଚଣାହଟ୍ଟାରେ ମାଙ୍କଡ଼ ଆତଙ୍କ; ୪ ଦିନରେ ୪ ଆହତ

Advertisment
ବାଗଲପୁର ପରେ ଏବେ ଚଣାହଟ୍ଟାରେ ମାଙ୍କଡ଼ ଆତଙ୍କ; ୪ ଦିନରେ ୪ ଆହତ

ବାଲିପାଟଣା: ରାଜଧାନୀ ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ଚଣାହଟ୍ଟାରେ ମାଙ୍କଡ଼ ଆତଙ୍କ ସୃଷ୍ଟି କରିଛି। ବିଗତ ଦିନରେ ବାଗଲପୁରରେ ପ୍ରାୟ ୧୫ରୁ ଊର୍ଦ୍ଧ ଲୋକଙ୍କୁ କାମୁଡ଼ିବା ପରେ ଏବେ ଚଣାହଟ୍ଟା ଅଞ୍ଚଳକୁ ମାଙ୍କଡ଼ ଦଳ ଆସିଥିବା କୁହା ଯାଉଛି। ଶନିବାର ସକାଳୁ କୁଳନ୍ତିରା ଶାସନର ପ୍ରସନ୍ନ କୁମାର ପଣ୍ଡା ଦୋକାନ ସାମ୍ନାରେ ଠିଆ ହୋଇଥିବା ବେଳେ ହଠାତ ମାଙ୍କଡ଼ ଗୋଡେଇ ଆସି ତାଙ୍କ ଗୋଡ଼କୁ କାମୁଡ଼ି ମାଂସ ଛିଡେଇ ଦେଇଥିଲା। ପ୍ରସନ୍ନ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହୋଇଥିବା ଜଣାପଡିଛି।

ସେହିପରି ମଧ୍ୟାହ୍ନରେ କୁଳନ୍ତିରାଗ୍ରାମର ସୁଦର୍ଶନ ମହାରଣାଙ୍କୁ ମାଙ୍କଡ଼ କାମୁଡ଼ି ଲହୁଲୁହାଣ କରିଛି। ଲୋକଙ୍କୁ ମାଙ୍କଡ଼ ଅତର୍କିତ ଆକ୍ରମଣ କରୁଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

ପ୍ରକାଶଥାଉ କି ଗତ ବୁଧବାର ସସ୍ମିତା ଦାସ ଏବଂ ଗୁରୁବାର ସକାଳୁ ବିଜୟ ଭୋଇଙ୍କୁ ମାଙ୍କଡ଼ କାମୁଡ଼ି ଲହୁଲୁହାଣ କରିଥିଲା। ବନ ବିଭାଗ ପକ୍ଷରୁ ମାଙ୍କଡ଼କୁ କାବୁ କରିବା ପାଇଁ ସାଧାରଣରେ ଦାବି ହୋଇଛି। ବଡ଼ କଥା ହେଲା ଏହି ସ୍ଥାନରେ ଚଣାହଟ୍ଟା ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ଅଛି। ତେଣୁ ଛାତ୍ର ଛାତ୍ରୀଙ୍କୁ ଆକ୍ରମଣ କରିବା ସମ୍ଭାବନା ଥିବାରୁ ଅଭିଭାବକ ମହଲରେ ଭୟ ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe