୪ ଶିକାରୀ ଗିରଫ, ଦେଶୀ ବନ୍ଧୁକ ଓ ଅଫୁଟା ଗୁଳି ଜବତ

୪ ଶିକାରୀ ଗିରଫ, ଦେଶୀ ବନ୍ଧୁକ ଓ ଅଫୁଟା ଗୁଳି ଜବତ

sambad.in

ଦେବଗଡ଼: ଦେବଗଡ଼ ବନାଞ୍ଚଳ ଅନ୍ତର୍ଗତ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପାଟ୍ରୋଲିଂ କରୁଥିବା ସମୟରେ ବନ ବିଭାଗ ପକ୍ଷରୁ ୪ ଶିକାରୀଙ୍କୁ ଗିରଫ କରାଯାଇଛି। ଏହା ସହିତ ସେମାନଙ୍କ ନିକଟରୁ ୨ ଦେଶୀ ବନ୍ଧୁକ, ୫ ଅଫୁଟା ଗୁଳି ଟର୍ଚ୍ଚ ଲାଇଟ୍‌ ଜବତ କରାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ରବିବାର ଦିନ ଦେବଗଡ଼ ରେଂଜର ଦେବଦତ୍ତ ନନ୍ଦଙ୍କ ନିର୍ଦ୍ଦେଶକ୍ରମେ ବନରକ୍ଷୀ କାର୍ତ୍ତିକେଶ୍ୱର ଦେହୁରୀଙ୍କ ନେତୃତ୍ୱରେ ପ୍ରଧାନପାଟ ପ୍ରୋଟେକ୍ସନ ସ୍କ୍ୱାଡଙ୍କ ସମେତ ବନ କର୍ମଚାରୀମାନେ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପାଟ୍ରୋଲିଂ କରୁଥିଲେ। କଇଦନ୍ତା ଜଙ୍ଗଲ ମଧ୍ୟରେ ଦେବଗଡ଼ ପୌରାଞ୍ଚଳ ବାବୁସାହିର ନରେଶ ଚନ୍ଦ୍ର ରାୟ, ଭୂୟାଁ ସାହିର ସୁନିଲ ନାୟକ, କୁଶ ନାୟକ, ଅଧୀନ କୁଲା ଶିକାର ପାଇଁ ଗୁଳି ଭର୍ତ୍ତି ଥିବା ଦେଶୀ ବନ୍ଧୁକ ଧରି ଜଙ୍ଗଲ ମଧ୍ୟକୁ ଯାଉଥିବା ସମୟରେ ବନ କର୍ମଚାରୀମାନେ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ଗୁଳି ଭର୍ତ୍ତି ଥିବା ୨ଟି ଦେଶୀ ବନ୍ଧୁକ ଓ ୫ଟି ଅଫୁଟା ଗୁଳି ଜବତ କରିଥିଲେ। ଅଭିଯୁକ୍ତମାନଙ୍କୁ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରିବା ବେଳେ ସେମାନେ ଜନ୍ତୁ ଶିକାର ପାଇଁ ଜଙ୍ଗଲକୁ ଯାଇଥିବା ସ୍ୱୀକାର କରିଥିଲେ। ପରେ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe