ସାକୁବନ୍ଧା ନଦୀରେ ବୁଡ଼ି ଚାରି ବର୍ଷର ବାଳକ ନିଖୋଜ

ମୟୂରଭଂଜ: ନଦୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

Representative image

ମାଲକାନଗିରି: ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ରାଲେଗଡା଼ ପଞ୍ଚାୟତ ସାକୁବନ୍ଧା ନଦୀରେ ଆଜି ସକାଳ ଆଠରେ ଏକ ଚାରି ବର୍ଷର ବାଳକ ନିଖୋଜ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ ରାଲେଗଡା ପଞ୍ଚାୟତ ତାଟିପାର ଗ୍ରାମର ରୁକଧର ଖେମୁଡୁଙ୍କ ଚାରି ବର୍ଷର ପୁଅ ନିଜ ଜେଜେବାପା ଗୁରୁ ଖେମୁଡୁଙ୍କ ସହ ଶୌଚ କରିବାକୁ ନିକଟରେ ଥିବା ନଦୀକୁ ଯାଇଥିଲେ। ନଦୀ କୁଳରେ ଥିବା ଏକ ପଥର ଉପରେ ପିଲାଟିକୁ ବସାଇ ଜେଜେ ବାପା ଟିକେ ଦୂରକୁ ଯାଇଥିଲେ। ଫେରିବା ବେଳକୁ ଆସି ଦେଖନ୍ତି ତ ପିଲାଟି ନାହିଁ।

ତେବେ ଜେଜେବାପା ପିଲାକୁ ଖୋଜିବା ସହ ପରିବାର ତଥା ଗ୍ରାମବାସୀଙ୍କୁ ଜଣାଇବା ପରେ ପିଲାଟି ପାଣିରେ ଖେଳି ଭାସି ଯାଇଥିବା ସନ୍ଦେହ କରି ସକାଳ ଆଠ ଠାରୁ ଅପରାହ୍ନ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ। ମାତ୍ର ପିଲାକୁ ପାଇ ନଥିଲେ। ଏ ସମ୍ପର୍କରେ ଚିତ୍ରକୋଣ୍ଡା ତହସିଲଦାର ଟି.ପଦ୍ମନାଭ ଦୋରା ଏବଂ ପାପରମେଟେଲା ଓଆଇସି ଲଷ୍ମୀନାରାୟଣ ମୁଦୁଲିଙ୍କୁ ପଚାରିବାରୁ ସେ ଘଟଣାଟି ଜାଣି ନଥିବା କହିଥିଲେ। କାଲି କର୍ମଚାରୀ ପଠାଇ ସତ୍ୟକ୍ଷ ସତ୍ୟ ଖବର ଦେବାକୁ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe