ମାମୁ ଘରକୁ ଆସିଥିଲା ୪ ବର୍ଷର ଶିଶୁ, ଖେଳୁଥିବା ବେଳେ କୂଅରେ ପଡ଼ି ମୃତ୍ୟୁ

ମାମୁ ଘରକୁ ଆସିଥିଲା ୪ ବର୍ଷର ଶିଶୁ, ଖେଳୁଥିବା ବେଳେ କୂଅରେ ପଡ଼ି ମୃତ୍ୟୁ

ନୂଆପଡ଼ା: ସିନାପାଲି ଥାନା ଅନ୍ତର୍ଗତ ଛିନ୍ଦେକେଲା ଗ୍ରାମର ଜେମାମାଣଙ୍କ ଶିଶୁ ଜିତେନ୍ଦ୍ର ମାଝୀ(୪) ନିଜ ମାମୁ ଘରକୁ ଆସିଥିବା ବେଳେ କୂଅରେ ପଡ଼ିଯିବାରୁ ମୃତ୍ୟୁ ଘଟିଛି। ସୂଚନା ମିଳିବା ପରେ ଘଟଣାସ୍ଥଳକୁ ପୁଲିସ ପହଞ୍ଚି ଶିଶୁର ମୃତଦେହକୁ ଜବତ କରିଛି।

ସୂଚନାରୁ ପ୍ରକାଶ ଯେ ଛିନ୍ଦେକେଲା ଗ୍ରାମର ଜେମାମଣି ମାଝୀଙ୍କ ୪ ବର୍ଷର ପୁଅ ଜିତେନ୍ଦ୍ର ମାଝୀ ଦୁଇ ଦିନ ହେଲା ତାଳପଦର ନିଜ ମାମୁ ଘରକୁ ଆସିଥିଲା କିନ୍ତୁ ସୋମବାର ସନ୍ଧ୍ୟାରେ ଖେଳୁଥିବା ବେଳେ ପାଖରେ ଥିବା ଏକ କୂଅରେ ପଡ଼ିଯାଇଥିଲା। ପରେ ତାଙ୍କ ସହିତ ଖେଳୁଥିବା ଅନ୍ୟ ଶିଶୁମାନେ ଜିତେନ୍ଦ୍ର କୂଅରେ ପଡ଼ିଯାଇଥିବା ନେଇ ପରିବାର ଲୋକଙ୍କୁ କହିଥିଲେ। ଏହା ପରେ ପରିବାର ଲୋକ ତୁରନ୍ତ କୂଅପାଖକୁ ଯାଇ ଶିଶୁକୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ଶିଶୁଟିର ମୃତ୍ୟୁ ହୋଇ ଯାଇଥିଲା।

ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସିନାପାଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe