ପୋଖରୀରେ ବୁଡି ୪ ବର୍ଷ ନାବାଳକର ମୃତ୍ୟୁ

ଗାଧୋଇବାକୁ ଯାଇ ଆଉ ଫେରିଲାନି ପୁଅ, ହତ୍ୟା ସନ୍ଦେହ

Representative image

ବଡ଼ସାହି: ମୟୂରଭଂଜ ଜିଲ୍ଳା ବଡ଼ସାହି ଥାନା ଅନ୍ତର୍ଗତ ତାଳପଦା ପଞ୍ଚାୟତ ସାମକୁଳା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ସୁଶାନ୍ତ ମହାନ୍ତଙ୍କ ୪ ବର୍ଷର ଶିଶୁପୁତ୍ର ଦିବ୍ୟାନଶୁ ମହାନ୍ତଙ୍କ ଘର ନିକଟସ୍ଥ ଗଡ଼ିଆରେ ବୁଡି ପ୍ରାଣହାନୀ ଘଟିଛି।

ଘଟଣାରୁ ଜାଣାଯାଇଛି ଯେ ଆଜି ଦ୍ୱିପ୍ରହର ସମୟରେ ଖାଇସାରି ସୁଶାନ୍ତଙ୍କ ପରିବାର ଲୋକେ ଶୋଇଥିଲେ। ସେହି ସମୟ ମଧ୍ୟରେ ଦିବ୍ୟାଂଶୁ ଘରୁ ବାହାରି ଚାଲିଯାଇଥିଲା। ପ୍ରାୟ ଅପରାହ୍ନ ୩ଟା ବେଳକୁ ପରିବାର ଲୋକେ ପିଲାକୁ ଖୋଜିଥିଲେ। କୁଆଡେ ନ ପାଇ ଗଡ଼ିଆକୁ ଯାଇଥିଲେ। ସେଠାରେ ପିଲା ବୁଡି ଯାଉଥିବାର ଦେଖି ସଙ୍ଗେ ସଙ୍ଗେ ଉଦ୍ଧାର କରି ବଡ଼ସାହି ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଡାକ୍ତର ଦିବ୍ୟାଂଶୁକୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ଥାନାକୁ ଜଣାଇବା ପରେ ବଡ଼ସାହି ପୁଲିସ ୬୦/୨୦୨୦ ନମ୍ବରରେ ଏକ ଅପମୃତ୍ୟୁ କେସ ରୁଜୁ କରିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe