ମାମୁଘରକୁ ଯାଇଥିଲା ୪ ବର୍ଷର ନାବାଳକ, ପୋଖରୀରେ ବୁଡ଼ି ମୃତ

ଗାଧୋଇବାକୁ ଯାଇ ଆଉ ଫେରିଲାନି ପୁଅ, ହତ୍ୟା ସନ୍ଦେହ

Representative image

ଯାଜପୁର: ସାରାଙ୍ଗପୁର ଗାଁରେ ଖେଳୁଥିବା ବେଳେ ପୋଖରୀରେ ବୁଡ଼ିଲା ନାବାଳକ। ଯାଜପୁରରୋଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା। ସୂଚନା ମୁତାବକ କଇଁଚିଶାସନ ଗାଁର ସୁଶାନ୍ତ ମଲ୍ଲିକଙ୍କ ୪ବର୍ଷର ପୁଅ ସାରଙ୍ଗପୁର ମାମୁ ଘରକୁ ଆସିଥିଲା। ଆଜି ମାମୁ ଘର ନିକଟରେ ଥିବା ଇଟାଭାଟି ପାଖରେ ଖେଳୁଥିଲା। ତେବେ ଅନେକ ସମୟ ଧରି ନାବାଳକ ଘରକୁ ନଆସିବାରୁ ପରିବାର ଲୋକେ ବାହାରେ ଆସି ଖୋଜିଥିଲେ। ତେବେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ନାବାଳକ ଜଣକ ଇଟାଭାଟି ନିକଟରେ ଥିବା ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ। ଏଥିସହିତ ନାବାଳକ ଅସୁସ୍ଥ ଥିବା ଦେଖି ପରିବାର ଲୋକେ ଚିକିତ୍ସା ପାଇଁ ତୁରନ୍ତ ଯାଜପୁର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କଲାପରେ ମୃତ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe