୮ ମାସରୁ ଅଧିକ ସମୟ ହେବ ଭତ୍ତାରୁ ବଞ୍ଚିତ: ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ୧୪ ହିତାଧିକାରୀ

Advertisment
୮ ମାସରୁ ଅଧିକ ସମୟ ହେବ ଭତ୍ତାରୁ ବଞ୍ଚିତ: ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ୧୪ ହିତାଧିକାରୀ

Sambad

ରାୟଗଡା: ଦୀର୍ଘ ୮ ମାସ ଧରି ବାର୍ଦ୍ଧ୍ୟକ ଭତ୍ତା ପାଇବାରୁ ବଞ୍ଚିତ ହିତାଧିକାରୀ। ଆଉ ଏହି ପରିଣତ ବୟସରେ ଭତ୍ତା ଟଙ୍କା ନ ପାଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ହିତାଧିକାରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କୋଲନରା ବ୍ଲକର ଖେଡାପଡା ଏବଂ ଡୁମୁରିଗୁଡା ଭଳି ଦୁଇଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ। ଯଥାଶୀଘ୍ର ଭତ୍ତା ଟଙ୍କା ମିଳିବାର ବ୍ୟବସ୍ଥା ପାଇଁ ଆଜି ଉଭୟ ପଞ୍ଚାୟତର ୧୪ଜଣ ହିତାଧିକାରୀ ମାନେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଆସି ଜିଲ୍ଲାପାଳ ସ୍ଵଧା ଦେବ ସିଂହଙ୍କୁ ସାକ୍ଷାତ କରି ଅନୁରୋଧ କରିଛନ୍ତି। ହିତାଧିକାରୀଙ୍କ ଅନୁରୋଧକୁ ରକ୍ଷା କରି ତୁରନ୍ତ ଭତ୍ତା ଟଙ୍କା ପ୍ରଦାନ ବ୍ୟବସ୍ଥା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ଖେଡାପଡା ଗ୍ରାମ ପଞ୍ଚାୟତର ଦେଓପୁର ଗ୍ରାମର ଦାୟିମା ହିକକା, ନାରୀ କାଡ୍ରାକା, ବୁଚି କାଡ୍ରାକା, ମାଣିକ ହୁଇକା, କାମଳାମଣୀ ସାରକା, ଭାନୁମତି ସାମଲ, ସୁବର୍ଣ୍ଣ କୌଶଲ୍ୟା ଗତ ଆଠ ମାସ ଧରି ବାର୍ଦ୍ଧକ୍ୟ ଭତ୍ତା ପାଇ ନ ଥିବା ବେଳେ ସ୍ଥାନୀୟ ସରପଞ୍ଚ, ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଯାଇ ପଚାରିଲେ ବ୍ଲକକୁ ଯାଇ ଯୋଗାଯୋଗ କର କହୁଥିବା ଅଭିଯୋଗ କରିଥିଲେ।

publive-image Sambad

ଆଉ ବ୍ଲକରେ ବିଡ଼ିଓ ଓ ବିଏସଏସଓ ଅଧିକାରୀ ତୁମ ବ୍ୟାଙ୍କ ଜମାଖାତାରେ ପଠାଇ ଦିଆଯାଇଛି ବୋଲି କହୁଛନ୍ତି କିନ୍ତୁ ଆମେ ବାରମ୍ବାର ଜମା ଖାତାକୁ ଅପଡେଟ କଲେ ମଧ୍ୟ ଆଜି ଯାଏଁ ଭତ୍ତା ଟଙ୍କା ପାଇନାହୁଁ ବୋଲି ହିତାଧିକାରୀ ମାନେ କ୍ଷୋଭର ସହ ପ୍ରକାଶ କରିଥିଲେ। ଅନୁରୂପ ଭାବେ କୋଲନରା ବ୍ଲକର ଡୁମୁରିଗୁଡା ଗ୍ରାମ ପଞ୍ଚାୟତର ଗୋପୀକାଙ୍କୁବାଡି ଓ ସାନ୍ତା ବାଡ଼ିଗାଁ ଗ୍ରାମର ହିତାଧିକାରୀ ମାନଙ୍କ ମଧ୍ୟରୁ ବନମାଳୀ ହିକକା, ହାସ ହିକକା, ପୁନାଇ ହିକକା, ଡମ୍ବାଇ କାଡ୍ରାକା, ପୁଲୁ କାଡ୍ରାକା, ଡିକ କାଡ୍ରାକା ଓ ଜିଓମା ହୁଇକା ପ୍ରମୁଖ ଆଜି ସୋମବବାର ଜିଲ୍ଲାପାଳଙ୍କୁ ଭେଟି ଭତ୍ତା ଟଙ୍କା ଯୋଗାଇବା ପାଇଁ ଅନୁରୋଧ କରିଛନ୍ତି। ତେବେ ଉଭୟ ପଞ୍ଚାୟତର କେବଳ ଏହି ତିନୋଟି ଗ୍ରାମର ମାତ୍ର ୧୪ଜଣ ହିତାଧିକାରୀ ହିଁ ନୁହନ୍ତି ବରଂ ଜିଲ୍ଲାରେ ଆହୁରି ଅନେକ ହିତାଧିକାରୀ ଭତ୍ତା ଟଙ୍କା ନ ପାଇ ହଇରାଣ ହେଉଥିବା ବେଳେ ସରକାରଙ୍କ ଏହି ଯୋଜନା ପାଣିର ଗାର ସଦୃଶ୍ୟ ପାଲଟିଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe