ପୁରୀ: ପୁରୀର ଅଗ୍ରଣୀ ପ୍ରକାଶନୀ ସଂସ୍ଥା "ଅଭିମାନ"ର ଚତୁର୍ଥ ବାର୍ଷିକ ଉତ୍ସବ ଜିଏସଟି ସମ୍ମିଳନୀ କକ୍ଷରେ ଦୋଳପୂର୍ଣିମା ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବରେ ସାମାଜିକ କର୍ମୀ , କବି ଶୈଳଜ ରବି , କଥାକାର ହିରଣ୍ମୟୀ ମିଶ୍ର , କବି ସୁଚେତା ମିଶ୍ର , କବି, ଔପନାସିକ ଭବାନୀ ଶଙ୍କର ପାଟ୍ଟଯୋଷୀ ଯୋଗ ଦେଇ ତାଙ୍କ ବହୁମୂଲ୍ୟ ମନ୍ତବ୍ୟ ପ୍ରଦାନ କରି ଉପସ୍ଥିତ ଦର୍ଶକ ମଣ୍ଡଳୀଙ୍କୁ ମୁଗ୍ଧ କରିଥିଲେ ।
ଏହି ଅବସରରେ କାନନ ବାଳା ନାୟକଙ୍କ ଗଳ୍ପ ସଂକଳନ " ଈଶ୍ବରଙ୍କ ହସ", ବିନୋଦିନୀ ଗନ୍ତାୟତଙ୍କ "ବୋଉ ଏବଂ ଅନ୍ୟାନ୍ୟ ଗଳ୍ପ", ସୁରେନ୍ଦ୍ର କୁମାର ଦାଶଙ୍କ "ମଣି କାଞ୍ଚନ", ସନ୍ତୋଷିନୀ ଦାଶ ଗିରିଙ୍କ "ଭକ୍ତି ଅର୍ଘ୍ୟ", ଭବାନୀ ଶଙ୍କର ପାଟ୍ଟଯୋଷୀଙ୍କ କବିତା ସଂକଳନ "ଉଦାର ଅନ୍ଧାର" ସ୍ବର୍ଗତ ଗୋଲକ ବିହାରୀ ରଥଙ୍କ ଭକ୍ତି କବିତା ସଂକଳନ" ସମର୍ପଣ" ଏବଂ ବୃନ୍ଦାବନ ଦାଶଙ୍କ କବିତା ସଂକଳନ "ଗୀତିବୀଥି " ଲୋକାର୍ପିତ ହୋଇଥିଲା ।
ନିଜର ସୁନ୍ଦର ଅଭିଭାଷଣରେ ସଂଯୋଜକ ଶ୍ୟାମ ପ୍ରକାଶ ସେନାପତି ସଭାକାର୍ଯ୍ୟ ଶୁଭାରମ୍ଭ କରିଥିଲାବେଳେ ନିବେଦିତା ନନ୍ଦ ପ୍ରାରମ୍ଭିକ ଭକ୍ତି ସଙ୍ଗୀତ ଗାନ ଏବଂ ଶ୍ଵେତପଦ୍ମା ପାଢ଼ୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ଏହି ଅବସରରେ ଅଭିମାନ ତରଫରୁ ଗୋଲକ ବିହାରୀ ରଥ ସ୍ମୃତି ପୁରସ୍କାର କବି ବୃନ୍ଦାବନ ଦାଶଙ୍କୁ,"ଜଗନ୍ନାଥ ଦାଶ ସ୍ମୃତି ସମ୍ମାନ " କବି ସୁଶ୍ରୀ ହରପ୍ରିୟା ସାହୁଙ୍କୁ, "ଗୋବିନ୍ଦ ଚନ୍ଦ୍ର ଦାଶ ସ୍ମୃତି ସମ୍ମାନ " ଅନୁବାଦିକା,ଗାଳ୍ପିକା ନନ୍ଦିତା ମହାନ୍ତିଙ୍କୁ , କବି ପଦ୍ମଜା ଶରଣ ଏବଂ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କୁ ଅଭିମାନ ସର୍ଜକ ଯୁଗଳ ସମ୍ମାନ , "ଅଭିମାନ ବନ୍ଧୁ ସମ୍ମାନ " ତ୍ରିଲୋଚନ ସାହୁ , ଲକ୍ଷ୍ମୀପ୍ରସାଦ ରାଉତ , ପ୍ରଶାନ୍ତ ପୋଥାଳଙ୍କୁ ପ୍ରଦାନ କରାଯାଇଥିଲା । ସଙ୍ଗୀତ ଓ ସାହିତ୍ୟର ଏହି ସର୍ଜନାତ୍ମକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଭବାନୀ ଭୂୟାଁ ।
ଅଧିକ ପଢ଼ନ୍ତୁ: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପୂର୍ବାନୁମାନ: ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି
କାର୍ଯ୍ୟକ୍ରମରେ ଲକ୍ଷ୍ମୀପ୍ରିୟା ନାୟକ , ଶରତ କୁମାର ବିଶ୍ବାଳ , କଲ୍ୟାଣି ନାୟକ , ସଂଯୁକ୍ତା ପାଢ଼ୀ ,ଅଜୟ ପ୍ରଧାନ , ଚିନ୍ମୟ ବିବେକ, ସନ୍ନ୍ୟାସୀ ନାୟକ , ସୁଚିତ୍ରା ମିଶ୍ର , ଜୟଶ୍ରୀ ମୁଦ୍ରା , ଜ୍ୟୋତ୍ସ୍ନା ମହାପାତ୍ର , ଶ୍ରୀମାନ ସର୍ଵଗିଳା , ଓଁ ଅଭିଜ୍ଞାନ ସାହୁ , ଶାନ୍ତନୁ କୁମାର ଦାଶ , ସୁଧୀର କୁମାର ସାହୁ , ଶ୍ରୀ ସାହୁ ,ଶର୍ମିଷ୍ଠା ଜେନା , କାମଦେବ ମହାରଣା , ମନୋଜ ଦାସ , ଅତୁଲ ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ ।
ସଫଳ ଭାବରେ କାର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଥିବା ନେଇ ଅଭିମାନର ପ୍ରକାଶିକା ମାନମୟୀ ରଥ ଆନନ୍ଦ ବ୍ୟକ୍ତ କରିଥିଲେ।
ଅଧିକ ପଢ଼ନ୍ତୁ: ମୋର ଯୋଗ୍ୟତା ନାହିଁ ବୋଲି ଭାବିଲି, ଗଲିନି: ଜୟ ନାରାୟଣଙ୍କ ତେରଛା ବାଣ