ପାଟଣାଗଡ଼ ଉପକାରାଗାରରେ କରୋନା ଜଣେ ଅନ୍ତେବାସୀଙ୍କ ମୃତ୍ୟୁ; ୪୫ ସଂକ୍ରମିତ

Advertisment
ପାଟଣାଗଡ଼ ଉପକାରାଗାରରେ କରୋନା ଜଣେ ଅନ୍ତେବାସୀଙ୍କ ମୃତ୍ୟୁ; ୪୫ ସଂକ୍ରମିତ

Sambad

ପାଟଣାଗଡ଼: ପାଟଣାଗଡ଼ ଉପକାରାଗାରକୁ ବର୍ତ୍ତମାନ କରୋନା ମାଡିଥିବା ଜଣାପଡିଛି। ଜେଲରେ ଥିବା ୪୦ ଅନ୍ତେବାସୀଙ୍କୁ କରୋନା ଭୁତାଣୁ  ହୋଇଥିବା ବେଳେ ଜଣକର ମୃତ୍ୟୁ ଘଟିଥିବା ଜଣାପଡିଛି। ସମଗ୍ର ରାଜ୍ୟରେ କରୋନାର ଦ୍ବିତୀୟ ଲହର ଜାରି ରହିଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ଦ୍ବିତୀୟ ଲହର କରୋନା ଅନେକ ଧନ ଜୀବନ ନେଲାଣି। ପାଟଣାଗଡ଼ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ସମୟରେ ବର୍ତ୍ତମାନ ଉପକାରାଗାରକୁ ମଧ୍ୟ କରୋନା ମାଡି ଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଜେଲ ଅନ୍ତେବାସୀଙ୍କ ମଧ୍ୟରୁ ୪୦ ଜଣ କରୋନା ସଂକ୍ରମିତ ହୋଇଥିଲେ। ଗତ କାଲି ସେଥି ମଧ୍ୟରୁ ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଗ୍ରାମର ବିଚାରଧିନ କଇଦି ବଲ୍ଲଭ ପଧାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ତାଙ୍କୁ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନା ନିଆ ଯାଇଥିଲା। ସେ କରୋନା ସଂକ୍ରମିତ ଥିବା ଜଣା ପଡିଥିଲା। ସେଠାରୁ ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରା ଯାଉଥିଲା।

ଚିକିତ୍ସାଧିନ ଅବସ୍ଥାରେ ବଲ୍ଲଭଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ତେବେ ଜେଲ ଭିତରେ ଥିବା କରୋନା ସଂକ୍ରମିତଙ୍କୁ ଗୋଟିଏ ପ୍ରକୋଷ୍ଠରେ ରଖା ଯାଇଥିବା ଜଣାପଡିଛି। ଅଣ ସଂକ୍ରମିତ ଥିବା ଅନ୍ତେବାସୀଙ୍କୁ ଅନ୍ୟ ପ୍ରକୋଷ୍ଠରେ ରଖା ଯାଇଥିବା ନେଇ ଜଣାପଡିଛି। ଏହା ସହିତ ଉପକାରାଗାରର ୫ ଜଣ କର୍ମଚାରୀମାନ ମଧ୍ୟ କରୋନା ସଂକ୍ରମିତ ହୋଇ ହୋମ ଆଇସେଲେସନରେ ଥିବା ଜଣାପଡିଛି। ଏଠାରେ ପ୍ରକାଶ ଥାଉ କି, ଧଣ୍ଡାମୁଣ୍ଡା ଗ୍ରାମର ଗତ ତାରିଖରେ ବେଆଇନ କଫ ସିରପ ବିକ୍ରି କରୁଥିବା ଦର୍ଶାଇ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେ ବର୍ତ୍ତମାନ ବିଚାରଧିନ କଏଦୀ ଭାବେ ଜଲରେ ଥିବା ବେଳେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପରିବାରବର୍ଗ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe