ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ

Advertisment
ପ୍ରମାଣପତ୍ର ଜାଲିଆତି ଅଭିଯୋଗ, ଜନସେବା କେନ୍ଦ୍ର ମାଲିକ ଗିରଫ

ଦେବଗଡ଼: ନିଜକୁ ରେଲୱେ ଷ୍ଟାଫ୍ ସିଲେକସନ ବୋର୍ଡ କର୍ମଚାରୀଙ୍କ ସମ୍ପର୍କୀୟ ପରିଚୟ ଦେଇ ଦେବଗଡ଼ ଥାନା ଦନ୍ତାରିବାହାଳ ଗ୍ରାମର ଜଣେ ମହିଳାଙ୍କ ଠାରୁ ଚାକିରି ଦେବାକୁ କହି ୨ ଲକ୍ଷ ୨୬ ହଜାର ଟଙ୍କା ଠକି ନେଇଥିବା ଦେବଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ତାଙ୍କ ଅଭିଯୋଗକୁ ଭିତ୍ତି କରି ଦେବଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ଘଟଣାରେ ସୁନ୍ଦରଗଡ଼ ଜିଲ୍ଲା ବଣେଇଁ ଥାନା ଗୋବିନ୍ଦପୁର ଗ୍ରାମର ବିଶ୍ବନାଥ ପ୍ରଧାନଙ୍କୁ ପୁଲିସ ଗିରଫ କରି ମଙ୍ଗଳବାର କ‌ୋର୍ଟ ଚାଲାଣ କରିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ବାରକୋଟ ବ୍ଲକ୍‌ ଦନ୍ତାରିବାହାଳ ଗ୍ରାମର ଯୁଧିଷ୍ଠିର ପାତ୍ରଙ୍କ ସ୍ତ୍ରୀ ବିଷୟା ନାଏକଙ୍କୁ ବିଶ୍ବନାଥ ରେଳ ବିଭାଗରେ ଚାକିରି କରାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ଗତ ୨୦୧୯ ମସିହାରେ କଂଟାପାଲି ୟୁଜିବି ବ୍ୟାଙ୍କରୁ ୨ଲକ୍ଷ ୨୬ ହଜାର ୪ଶହ ଟଙ୍କା ବିଶ୍ବନାଥଙ୍କ ଆକାଉଣ୍ଟକୁ ଏନ୍‌ଇଏଫ୍‌ଟି ମାଧ୍ୟମରେ ବିଷୟା ଓ ତାଙ୍କ ସ୍ବାମୀ ପଠାଇଥିଲେ। ଟଙ୍କା ପ୍ରଦାନ ପରେ ଚାକିରି ସଂପର୍କରେ ବାରମ୍ବାର ପଚାରିବାରୁ ଅଭିଯୁକ୍ତ ବିଶ୍ଵନାଥ ସେମାନଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଅନ୍ୟପଟେ ଚାକିରି ଆଶାରେ ଲକ୍ଷାଧିକ ଟଙ୍କା ଦେଇଥିବା ବିଷୟା ନାଏକ ଦୀର୍ଘଦିନ ଅପେକ୍ଷା କରିବା ପରେ ସନ୍ଦେହ ସୃଷ୍ଟି ହେବାରୁ ଏନେଇ ଗତ ମାସ ୨୯ ତାରିଖ ଦିନ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାରେ ବିଶ୍ବନାଥଙ୍କ ପୁଅ ପ୍ରିୟବ୍ରତ ସଂପୃକ୍ତି ଥିବା ବେଳେ ସେ ବର୍ତ୍ତମାନ ଫେରାର୍‌ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe