ମେହେଣା ପରିବାରର ଠକେଇ, ପୁଲିସ୍ ଖୋଳତାଡ଼ ଜାରି

ମେହେଣା ପରିବାରର ଠକେଇ, ପୁଲିସ୍ ଖୋଳତାଡ଼ ଜାରି

Public App

ଲଇକେରା: ଲଇକେରା ଗ୍ରାମର ମେହେଣା ପରିବାର ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକେଇ କରି ଇ ଚମ୍ପଟ ମାରିଥିବା ବେଳେ ପୁଲିସ ଏହା ଉପରେ ତଦନ୍ତ ଜାରି ରଖିଛି। ଏହି ଖବର ଲୋକଲୋଚନକୁ ଆସିବା ପରେ ଶତାଧିକ ମହିଳା ଏକଜୁଟ ହୋଇ ଥାନାରେ ମେହେଣା ପରିବାର ନାମରେ ଏତଲା ଦେଇଛନ୍ତି। ପୁଲିସ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଚେଷ୍ଟା କରୁଥିବା ବେଳେ ଠକେଇର ଶିକାର ହୋଇଥିବା ବହୁ ମହିଳାଙ୍କ ତାଲିକା ଲମ୍ବିବାରେ ଲାଗିଛି। ଅଭିଯୋଗ ଅନୁସାରେ ସୁରେନ୍ଦ୍ର ମେହେଣା, ପତ୍ନୀ ସରିତା ମେହେଣା ଓ ପୁତ୍ର ସୁଭମ ମେହେଣା ତିନିଜଣ ମିଶି ଲଇକେରା , କିର୍ମିରା ବ୍ଲକର  ଗ୍ରାମାଞ୍ଚଳର  ଅପାଠୁଆ ଟିପ ଚିହ୍ନ ଦେଉଥିବା ମୂକ ବଧିର ବିଧବା ମହିଳା ମାନଙ୍କୁ ବିଶେଷ କରି ଟାର୍ଗେଟ କରୁଥିଲେ। ଏହାଛଡା ବିବାହିତାଙ୍କ ଶଶୁର ଘରେ ଏମାନେ ପହଁଚି ତାଙ୍କ ନାମରେ ଋଣ କରି ନେଇଥିବା ଅଭିଯୋଗ ଆସିଛି ।

ମଧୁର କଥା କହି ଘନିଷ୍ଟ ସମ୍ପର୍କ ସ୍ଥାପନ କରି ମନରେ ବିଶ୍ୱାସ ଜନ୍ମାଇବା ପରେ ପାଞ୍ଚ ରୁ ଦଶ ଜଣ ମହିଳାଙ୍କୁ ନେଇ ଗ୍ରୁପ ଗଠନ କରୁଥିଲେ । ଅଧିକାଂଶ ଗ୍ରୁପର ଲିଡ଼ର ହେଉଥିଲେ ସରିତା ମେହେଣା। ସ୍ୱାମୀ ସୁରେନ୍ଦ୍ର ଓ ପୁତ୍ର ସୁଭମ ଦୁଇଜଣ ବିଭିନ୍ନ କୌଶଳ କରି ଟିପ ଚିହ୍ନ ଓ କାହା ପାଖରୁ ସ୍ବାକ୍ଷର କରିନେଇ ବ୍ୟାଙ୍କରୁ ଟଙ୍କା ଉଠାଉଥିଲେ। ମହିଳା ମାନଙ୍କ ନାମରେ ବିଭିନ୍ନ ଫଇନାନ୍ସ କମ୍ପାନୀରୁ ଋଣ ନେଇ ନିଜେ ସାପ୍ତାହିକ କିସ୍ତି ପରିଶୋଧ ମଧ୍ୟ କରୁଥିଲେ। ଏହିପରି ଲକ୍ଷାଧିକ ଟଙ୍କାର କାରବାର କରି ହଠାତ ଘରେ ତାଲା ଝୁଲାଇ ସେମାନେ ଲଇକେରା ଚମ୍ପଟ ମାରିଥିଲେ। ଲଇକେରା ଥାନାରେ ଏହି ପରିବାର ନାମରେ ଅଭିଯୋଗ ହେବାପରେ ପୁଲିସ ତଦନ୍ତ କରୁଛି। ଥାନାଧିକାରୀ କେ. ସମାରିଆ କହିଛନ୍ତି ଯେ, ଅଫିସିଆଲ ତଦନ୍ତ ଆରମ୍ଭ ହୋଇଛି। କେଉଁ ଫଇନାନ୍ସ କମ୍ପାନୀରୁ କେତେ ଟଙ୍କା ନେଇଛନ୍ତି ତାହା ଜଣାପଡ଼ିବା ପରେ ଏହି ଠକେଇ ଘଟଣାର ପର୍ଦ୍ଦାଫାଶ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe