ଏମ୍‌ସିଏଲ୍‌ର ବରିଷ୍ଠ ଅଧିକାରୀଙ୍କ ନାଁରେ ଠକେଇ

ଏମ୍‌ସିଏଲ୍‌ର ବରିଷ୍ଠ ଅଧିକାରୀଙ୍କ ନାଁରେ ଠକେଇ

News Vibes of India

ଝାରସୁଗୁଡ଼ା: ନିଜକୁ ଏମ୍‌ସିଏଲ୍‌ର ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଇ ଛତିଶଗଡ଼ର ଜଣେ ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ବ୍ରଜରାଜନଗର ପୁଲିସ ୨ ଅଭିଯୁକ୍ତଙ୍କୁ ମଧ୍ୟ ଅଟକ ରଖିଛି। ଘଟଣା ସମ୍ପର୍କରେ ଏସ୍‌ଡିପିଓ ଚିନ୍ତାମଣି ପ୍ରଧାନଙ୍କୁ ଯୋଗାଯୋଗ କରାଯିବାରେ, ଅଭିଯୋଗ ହୋଇଛି କିନ୍ତୁ ମାମଲା ରୁଜୁ ହୋଇନାହିଁ ବୋଲି କହିଛନ୍ତି।

ସୂଚନା ଅନୁସାରେ, ବ୍ରଜରାଜନଗରର ୨ ଜଣ ଯୁବକ ଛତିଶଗଡ଼ର ଜଣେ ବ୍ୟବସାୟୀଙ୍କ ନିକଟରେ ପହଞ୍ଚି ନିଜକୁ ଏମ୍‌ସିଏଲ୍‌ର ବରିଷ୍ଠ ଅଧିକାରୀ ଭାବେ ପରିଚୟ ଦେଇଥିଲେ। ଏମ୍‌ସିଏଲ୍‌ରୁ ବାହାରୁଥିବା ସ୍କ୍ରାପ୍‌ ପାଇଁ ତାଙ୍କୁ ଟେଣ୍ଡର ଦିଆଯିବ କହି ଯୁବକ ଦ୍ବୟ ଲକ୍ଷାଧିକ ଟଙ୍କା ନେଇ ଚାଲି ଆସିଥିଲେ। ପରେ ବ୍ୟବସାୟୀ ଜଣଙ୍କ ଠକେଇର ଶିକାର ହୋଇଥିବା ଜାଣିବା ପରେ ବ୍ରଜରାଜନଗର ପୁଲିସର ଦ୍ବାରସ୍ଥ ‌ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe