ସିଆରପିଏଫ ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର

ମାଲକାନଗିରି ସୀମାନ୍ତ ସୁକମା ସିଆରପିଏଫ କ୍ୟାମ୍ପ୍ ତରଫରୁ ଲମାଗୁଣ୍ଡାରେ ଏକ ମାଗଣା ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା। ଏହି ସ୍ବାସ୍ଥ୍ୟ ଶିବିରରେ ପ୍ରାୟ ୨୫୦ ଜଣ ଗ୍ରାମବାସୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଏବଂ ମାଗଣରେ ଔଷଧ ବଣ୍ଟନ କରାଯାଇଥିଲା...

Mkg CRPF health camp

Mkg CRPF health camp Photograph: (sambad.in)

ମାଲକାନଗିରି: ମାଲକାନଗିରି ସୀମାନ୍ତ ସୁକମା ସିଆରପିଏଫ କ୍ୟାମ୍ପ୍ ତରଫରୁ କମାଣ୍ଡାଣ୍ଟ ରତିକାନ୍ତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଲମାଗୁଣ୍ଡାରେ ଏକ ମାଗଣା ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା। ଏହି ସ୍ବାସ୍ଥ୍ୟ ଶିବିରରେ ଦ୍ୱିତୀୟ ବାହିନୀ ସିଆରପିଏଫର ମୁଖ୍ୟ ଚିକତ୍ସାଧିକାରୀ ଡାକ୍ତର ପି. ନୀତେଶ ନାନାଜୀ ଏବଂ ତାଙ୍କର ସହକର୍ମୀ ଦ୍ବାରା  ପ୍ରାୟ ୨୫୦ ଜଣ ଗ୍ରାମବାସୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଏବଂ ମାଗଣରେ ଔଷଧ ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମୁର୍କରାଜକୋଣ୍ଡା ଏବଂ ଡୁଲେଡ୍ କମ୍ପାନୀର ଅଧିକାରୀ ଏବଂ ଯବାନମାନେ ଉତ୍ସାହର ସହ ସହଯୋଗ କରିଥିଲେ।

ଏହି ଅବସରରେ କମାଣ୍ଡାଣ୍ଟ ରତିକାନ୍ତ ବେହେରା ସାଧାରଣ ଲୋକଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ଦ୍ୱିତୀୟ ବାହିନୀ ସିଆରପିଏଫ ଆପଣଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ବିଷୟରେ ଅବଗତ ଅଛନ୍ତି। ଯେତେବେଳେ ଆମର ସେବା ଆବଶ୍ୟକ ହେବ ଆମେ ଆପଣମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିଛୁ।

ଅଧିକ ପଢ଼ନ୍ତୁ ନକ୍ସଲ ସୁଡଙ୍ଗ ଠାବ, ସୁଡଙ୍ଗରେ ବୋମା ଓ ବନ୍ଧୁକ ତିଆରି କାରଖାନା

ସବୁ ସମୟରେ ମୁର୍କାରାଜକୋଣ୍ଡା ଏବଂ ଡୁଲେଡ୍ ସିଆରପିଏଫ କ୍ୟାମ୍ପ ସର୍ବଦା ଆପଣଙ୍କ ସେବା ଯୋଗାଇବା ପାଇଁ ଉତ୍ସର୍ଗୀକୃତ ରହିବ। ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପି ନିତେଶ ନାନାଜୀ ଗ୍ରାମବାସୀଙ୍କୁ ଅବଗତ କରାଇ କହିଛନ୍ତି ଯେ, ବିଶୁଦ୍ଧ ଜଳ ବ୍ୟବହାର କରିବା, ବାସସ୍ଥାନର ଚାରିପଟର ପରିବେଶକୁ ସଫା ରଖିବା ଏବଂ ଅସନା ପାଣିକୁ ଘର ପାଖରେ  ଜମା ହେବାକୁ ଦେବା ପ୍ରତି ଦୃଷ୍ଟି ରଖିବା ଜରୁରୀ।

ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ଗ୍ରାମବାସୀମାନେ ନିୟମିତ ଭାବରେ ଏହିପରି ମେଡିକାଲ କ୍ୟାମ୍ପ୍ ଆୟୋଜନ କରିବାକୁ ମଧ୍ୟ ନିବେଦନ କରିଛନ୍ତି।  ଶେଷରେ ରତିକାନ୍ତ ବେହେରା ଗ୍ରାମବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଅଧିକ ପଢ଼ନ୍ତୁ ରାଜ୍ୟ ସିପକ୍ ଟାକ୍ରୋ ଜୁନିୟର ଦଳ ଚୟନ ଶିବିରରେ କନ୍ଧମାଳର ସ୍ୱାଧିନ ଦେହୁରୀ ଏବଂ ରେଖା ପ୍ରଧାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe