ସଦ୍ୟଜାତ ଶିଶୁ ପୁତ୍ର ଉଦ୍ଧାର

ସଦ୍ୟଜାତ ଶିଶୁ ପୁତ୍ର ଉଦ୍ଧାର

ଦେବଗଡ଼: ଦେବଗଡ଼ ଜିଲ୍ଲା ବେଲମରା ଗାଁ ନିକଟ ଜଙ୍ଗଲରୁ ଶୁକ୍ରୁବାର ଏକ ସଦ୍ୟଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ସୂଚନାନୁସାରେ ନିକଟସ୍ଥ ଜଙ୍ଗଲକୁ ଗାଁର ଗାଈ ଚରାଳୀ ଗାଈ ଚରାଇବାକୁ ଯାଇଥିବା ବେଳେ ଏକ ବୁଦା ମୂଳେ ଶିଶୁଟିକୁ ପଡ଼ିଥିବା ଦେଖିବାକୁ ପାଇ ଗାଁକୁ ଆସି କହିଥିଲେ। ଗ୍ରାମବାସୀଙ୍କ ଠାରୁ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, ଏସ୍‌ଡିପିଓ ସୁଲେମାନ ଏକ୍କା, ଦେବଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ଆଶିଷ ଜେନା, ଶିଶୁ ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ୱାଇଁ, ଦିଶା କେନ୍ଦ୍ରର ଉପେନ୍ଦ୍ର ଭଞ୍ଜ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଥିଲେ।

ଉଦ୍ଧାର ପରେ ତାକୁ ଦେବଗଡ଼ ମୁଖ୍ୟ ଡାକ୍ତରଖାନା ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଯାଇଛି। ଏ ନେଇ ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ରଙ୍କୁ ପଚାରିବାରେ ଶିଶୁଟି ବର୍ତ୍ତମାନ ସୁସ୍ଥ ଓ ଚିକିତ୍ସାଧୀନ ଥିବା ବେଳେ ଆଗାମୀ ମାସେ ଭିତରେ ଯଦି କୌଣସି ଦାବିଦାର ନ ଆସନ୍ତି ତେବେ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାରେ ସାମିଲ କରାଯାଇ ଆବଶ୍ୟକ ଥଇଥାନ କରାଯିବ ବୋଲି ପ୍ରକାଶ କରିଛନ୍ତି। ଶିଶୁଟି କାହାର ଏବଂ କେଉଁ ପରିସ୍ଥିତିରେ ଜଙ୍ଗଲରେ ଫିଙ୍ଗାଗଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ତଦନ୍ତ କରାଯିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe