ଜୟପୁର: ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ନିଧି ସଂଗ୍ରହ ଅଭିଯାନ ଆସନ୍ତାକାଲି ଠାରୁ ଫେବ୍ରୁଆରି ୧୦ତାରିଖ ପର୍ଯ୍ୟନ୍ତ ଚାଳିବ। ଏଥି ପାଇଁ ପ୍ରତ୍ୟେକ ସାହି ଓ ଗଳିରେ ନିଧି ସଂଗ୍ରହ ଅଭିଯାନ ସମିତି ଗଠନ କରାଯାଇଛି। ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ସମିତି ଜୟପୁର ପକ୍ଷରୁ ଆଜି ସହରର ବିଭିନ୍ନ ସାହି ଓ ଗଳିର ସମିତିର କର୍ମକର୍ତ୍ତା ଓ ସଭ୍ୟ ମାନେ ଏକ ବାଇକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଦଶହରାପଡ଼ିଆରେ ସମ୍ମିଳିତ ହୋଇଥିଲେ। ଦଶହରାପଡ଼ିଆରୁ ରାଜନଅର ପର୍ଯ୍ୟନ୍ତ ଆସି ସେଠାରେ ଜମା ହୋଇଥିଲେ। ସମିତିର କର୍ମକର୍ତ୍ତା ମାନେ କିଭଳି ସୁରଖୁରରେ ନିଧି ସଂଗ୍ରହ ହୋଇ ପାରିବ ସେ ଦିଗରେ ମାର୍ଗ ଦର୍ଶନ ଦେଇଥିଲେ।
ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ନିଧି ସଂଗ୍ରହ ଅଭିଯାନ ଆଜି, ସଚେତନତା ପାଇଁ ବାଇକ ଶୋଭାଯାତ୍ରା
Advertisment
Follow Us